ବ୍ରହ୍ମପୁର:ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ବ୍ରହ୍ମପୁରର ତାମ୍ପରା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ଯକ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ପରିଚାଳନା କରିଥିଲେ।
ବ୍ରହ୍ମପୁରରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ - ତାମ୍ପରା ହ୍ରଦ
ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବ୍ରହ୍ମପୁର ସାଂସଦ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ...

ଆଜାଦ୍ କା ଅମୃତ ମହୋତ୍ସବ ପାଳିତ
ତାମ୍ପରା ହ୍ରଦକୁ ରାମସର ସାଇଟ( Ramsar site) ଭାବେ ଘୋଷଣା କରାଯିବାର ପ୍ରସ୍ତାବ ରହିଛି । ଏଥିପାଇଁ ଏହି ହ୍ରଦକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ୬୦ ଗୋଟି ଆର୍ଦ୍ରଭୂମି ମିତ୍ର ଚୟନ କରାଯାଇଛି । ଅନ୍ୟଅତିଥି ମାନଙ୍କ ମଧ୍ୟରେ ସହକାରୀ ବନ ସଂରକ୍ଷକ , ଜେଡଏସଆଇ ମୁଖ୍ୟ ଇକୋ କ୍ଳବର ତାଲିମଦାତାଙ୍କ ସହ ବନାଞ୍ଚଳ ଅଧିକାରୀ, ବନପାଳ ଓ ବନରକ୍ଷୀ ଯୋଗ ଦେଇଥିଲେ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ