ବ୍ରହ୍ମପୁର: ବ୍ରହ୍ମପୁର ଠାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ପାଳିତ ହୋଯାଇଛି 'ଆଜାଦି କା ଅମୃତ ମହୋତ୍ସବ' କାର୍ଯ୍ୟକ୍ରମ । ଭାରତର ସ୍ଵାଧୀନତା ପରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ପତିତ ସୈନିକଙ୍କୁ ସମ୍ମାନିତ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ସହରର ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଙ୍ଗ ସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିଲେ । CTC NCC ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏନସିସିର ଗ୍ରୁପ୍ କମାଣ୍ଡର କ୍ୟାପଟେନ୍ ସଚିନ୍ ଗୁପ୍ତା, କମାଣ୍ଡିଂ ଅଫିସର କୋରନ୍ୟାଲ ସୁରେଶ ନାରାୟଣନ, ୟୁ.ସି.ପି ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ଧାର ପ୍ରମୁଖ ମଞ୍ଚାସୀନ ଥିଲେ ।
ବ୍ରହ୍ମପୁରରେ ପାଳିତ ହେଲା ଆଜାଦି କା ଅମୃତ ମହୋତ୍ସବ - ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ନ୍ୟୁଜ
ବ୍ରହ୍ମପୁର ଠାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ପାଳିତ ହୋଯାଇଛି ଆଜାତି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ
ବ୍ରହ୍ମପୁରରେ ପାଳିତ ହେଲା ଆଜାତି କା ଅମୃତ ମହୋତ୍ସବ
ଏହି ଅବସରରେ ବୀର ସୈନିକଙ୍କୁ ସମୃଦ୍ଧ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହିତ ଦେଶର ପତିତ ସୈନିକ ଏମ୍.ଆପାୟାଙ୍କ ଧର୍ମପତ୍ନୀ ସରସ୍ବତୀ ଆପୟାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦସ୍ତଖତ ସହିତ ଏକ ମୋମେଣ୍ଟୋ ଉପସ୍ଥିତ ସରସ୍ବତୀ ଆପାୟଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ସାଂସଦ ଓ ବିଧାୟକ ଏନ୍.ସି.ସି କ୍ୟାଡେଟଙ୍କ ଶୃଙ୍ଖଳା ଓ ଆଦର୍ଶ ଏବଂ ପିଲା ଦିନର ସେମାନଙ୍କ ଅନୁଭୂତିକୁ ବର୍ଣ୍ଣନା କରି ଆଦର୍ଶ ନାଗରିକ ହେବାକୁ ଆହ୍ବାନ କରିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ