ଓଡିଶା

odisha

By

Published : Aug 4, 2022, 10:31 PM IST

Updated : Aug 4, 2022, 11:03 PM IST

ETV Bharat / city

ଇଞ୍ଜିନିୟରିଂ ଛାତ୍ରଙ୍କ ସୂକ୍ଷ୍ମ ଚିତ୍ରକଳା, ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଭେଟିଦେଲେ 75 ସ୍ଥାପତ୍ୟ

ଚକରେ ଝଟକୁଛି ଭାରତର କଳା, ସାହିତ୍ୟ ଓ ସ୍ଥାପତ୍ୟ । ଛୋଟିଆ ଚକ୍ ଖଣ୍ଡିଏରେ ଜୀବନ୍ତ ହୋଇଉଠୁଛି ଇଣ୍ଡିଆ ଗେଟ୍ ଠୁ ତାଜମହଲ । ଚକଖଡିରେ ଅତି ନିଖୁଣ ଭାବେ ପ୍ରସ୍ତୁତ ହୋଇଥିବା ସୂକ୍ଷ୍ମ କାରିଗରୀ ସଭିଙ୍କ ମନ ମୋହୁଛି । କେ. ବିଜୟ ରେଡ୍ଡିଙ୍କ ଏ ସୂକ୍ଷ୍ମ କାରିଗରୀକୁ ମିଳିଛି ଉପରାଷ୍ଟ୍ରପତି କେ. ଭେଙ୍କୟା ନାୟିଡୁଙ୍କ ପ୍ରଶଂସା । ତା ସାଙ୍ଗକୁ ମିଳିଛି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ ଓ ଏସିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ । ଅଧିକ ପଢନ୍ତୁ

ଇଞ୍ଜିନିୟରିଂ ଛାତ୍ରଙ୍କ ସୂକ୍ଷ୍ମ ଚିତ୍ରକଳା, ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଭେଟିଦେଲେ 75 ପୂର୍ବ କୀର୍ତ୍ତି
ଇଞ୍ଜିନିୟରିଂ ଛାତ୍ରଙ୍କ ସୂକ୍ଷ୍ମ ଚିତ୍ରକଳା, ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଭେଟିଦେଲେ 75 ପୂର୍ବ କୀର୍ତ୍ତି

ବ୍ରହ୍ମପୁର: ସମଗ୍ର ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଚକ୍‌ରେ ୭୫ଟି ପ୍ରତିକୃତି (miniature artwork made by carving chalk) ପ୍ରସ୍ତୁତ କରି ଉପରାଷ୍ଟ୍ରପତିଙ୍କ ଠାରୁ ପ୍ରଶଂସା ସାଉଣ୍ଟିଛନ୍ତି ବ୍ରହ୍ମପୁର ସହର ଉପକଣ୍ଠ ଡୁରା ଅଞ୍ଚଳର ଜଣେ ଇଞ୍ଜିନିୟରିଂ ଛାତ୍ର । ଦୀର୍ଘ ତିନି ମାସର ପରିଶ୍ରମ କରି ସଫଳତା ହାସଲ କରିଛନ୍ତି କେ ବିଜୟ ରେଡ୍ଡି । ଚକ୍‌ ଖଡ଼ିକୁ ନେଇ ତାଙ୍କ ନିଖୁଣ କାରିଗରୀ ଏବେ ଚର୍ଚ୍ଚାରେ ।

ଆଜାଦି କା ଅମୃତ ମହୋତ୍ସବ ପାଇଁ ଗତ ତିନି ମାସ ଧରି ପରିଶ୍ରମ କରି ଏଭଳି ଚକ୍‌ ଖଡ଼ିରେ ଦେଶର ପ୍ରମୁଖ ସ୍ଥାନ ଇଣ୍ଡିଆ ଗେଟ୍‌, ତାଜମହଲ ଠାରୁ ଆରମ୍ଭ କରି ୨୦ ଟି ସ୍ଥାନ ସହିତ କଳା, ସଂସ୍କୃତି, ସ୍ଥାପତ୍ୟ (75 miniature artwork) ଏବଂ ତିନି ପ୍ରମୁଖ ସେନା ଏବଂ ଅନେକ ଦର୍ଶନୀୟ ସ୍ଥାନକୁ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି ।

ଇଞ୍ଜିନିୟରିଂ ଛାତ୍ରଙ୍କ ସୂକ୍ଷ୍ମ ଚିତ୍ରକଳା, ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଭେଟିଦେଲେ 75 ସ୍ଥାପତ୍ୟ

କେ. ବିଜୟ ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ତୃତୀୟ ବର୍ଷରେ ପାଠପଢନ୍ତି । ସ୍ୱାଧୀନତାର ୭୫ ବର୍ଷ ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାରେ ଅନୁପ୍ରାଣିତ ହୋଇ କିଛି ଭିନ୍ନ କରିବାର ସଂକଳ୍ପ ନେଇଥିଲେ ବିଜୟ । ଆଉ ଶେଷରେ ଏହାକୁ ବାସ୍ତବର ଚିତ୍ର ଦେଇଛନ୍ତି ।

କେ. ବିଜୟ କହିଛନ୍ତି, "ଉପରାଷ୍ଟ୍ରପତି ଭେଙ୍କେୟା ନାୟିଡୁ ତାଙ୍କ କଳାକୃତିରେ ଖୁସି ହୋଇ ପ୍ରଶଂସିତ କରି ଥିବାବେଳେ ଏହାକୁ ସେ ଦେଶର ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇବେ ବୋଲି ଆଶା ରଖିଛନ୍ତି ।" ସେହିପରି ଏହି କାରୁକାର୍ଯ୍ୟକୁ ନେଇ ବିଜୟ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି, ଯାହାକୁ ସେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଦେଇଥିବା କହିଛନ୍ତି ।

ସେହିପରି ବିଜୟଙ୍କ ଏହି ସୂକ୍ଷ୍ମ କାରିଗରୀ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍ ଓ ଏସିଆ ବୁକ୍ ଅଫ୍‌ ରେକର୍ଡସ୍‌ର ମଧ୍ୟ ସ୍ଥାନ ପାଇଛି । ବିଜୟଙ୍କର ଏହି ନିଖୁଣ କଳାକୃତି ଓ ସୂକ୍ଷ୍ମ କାରିଗରିର ଉଚ୍ଚତା ୦.୨ ସେଣ୍ଟିମିଟର ଠାରୁ ୩.୩ ସେଣ୍ଟିମିଟର ରହିଥିବା କୁହାଯାଇଛି । ବିଜୟଙ୍କ ଏହି ସଫଳତାରେ ଖୁସିବ୍ୟକ୍ତ କରିଛନ୍ତି ତାଙ୍କ ଅଧ୍ୟାପକଙ୍କ ସମେତ ସ୍ଥାନୀୟବାସୀ । ସେ ଆଗକୁ ଏହିପରି ସୁନାମ ଅର୍ଜନ କରନ୍ତୁ ବୋଲି ସଭିଙ୍କ କାମନା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Aug 4, 2022, 11:03 PM IST

ABOUT THE AUTHOR

...view details