ବ୍ରହ୍ମପୁର: ତମାଖୁ ସେବନ କରି ନିଜେ ଆକ୍ରାନ୍ତ ହୋଇ କିପରି ଅନେକ କଷ୍ଟ ପାଇଛନ୍ତି ଏବଂ ଅନେକ କଷ୍ଟ ପରେ ସୁସ୍ଥ ହୋଇଥିବା ଦେବାନନ୍ଦ ପ୍ରଦାନ ବାଣ୍ଟିଛନ୍ତି ସଚେତନତା ବାର୍ତ୍ତା । ତମାଖୁ ବର୍ଜନ ଦିବସରେ ସମସ୍ତ ଯୁବ ବର୍ଗ ସଚେତନ ହୋଇ ଯେପରି ଏଭଳି ବିପଦରେ ଅନ୍ୟ କେହି ଆକ୍ରାନ୍ତ ନହେବେ ତାହାକୁ ନେଇ ନିଜେ ସଚେତନତା ବାର୍ତ୍ତା ଦେଇଛନ୍ତି ଦେବାନନ୍ଦ ।
ରେଶମ ସହର ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ତମାଖୁ ବର୍ଜନ ଦିବସରେ ସଚେତନତା କରାଯାଇଛି । ତମାଖୁ ସେବନରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଉଚ୍ଚ ଶିକ୍ଷିତ ସମାଜସେବୀ ଡ. ଦେବାନନ୍ଦ ଦାସଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ କୋଟପା ଆଇନ ୨୦୦୩ ନିୟମକୁ ଅଧିକ କଡାକଡି କରିବା, ଯୁବ ସମାଜ ସହ ଆଗାମୀ ଭବିଷ୍ୟତ ବିପଥଗାମୀ ନହେବା, ସଙ୍ଗଦୋଷରେ ପଡି ତମାଖୁ ଠାରୁ ଦୂରେଇ ରହି ସୁସ୍ଥ ଜୀବନ ବିତାଇବା, ମାନସିକ ଚିନ୍ତାରେ ପଡି ବା ଉଚ୍ଚ ଶିକ୍ଷା ଲାଭ କଲା ପରେ କର୍ମ ସଂସ୍ଥାନ ନମିଳିବା, ଯୁବା ଅବସ୍ଥାରେ ରୋଜଗାରକ୍ଷମ ନହେବା ଫଳରେ ତମାଖୁ ସେବନ କରୁଥିବା ଏବଂ ବର୍ତ୍ତମାନ ସମୟରେ ଏଭଳି ଭୟାବହ ପରିସ୍ଥିତିକୁ ଯୁବସମାଜ ହୃଦବୋଧ କରିବା ଆବଶ୍ୟକ ରହିଥିବା ସେ କହିଛନ୍ତି ।