ଓଡିଶା

odisha

ETV Bharat / city

କାର୍ଯ୍ୟକ୍ଷମ ହେଲା ଅଟୋମେଟିକ୍‌ ସାନିଟାଇଜେସନ ମେସିନ - ଉପକୃତ ହେବେ ଗଞ୍ଜାମବାସୀ

ସରକାରୀ ଚିକିତ୍ସାଳୟରେ କାର୍ଯ୍ୟକ୍ଷମ ହେଲା ଅଟୋମେଟିକ୍‌ ସାନିଟାଇଜେସନ ମେସିନ । ଉପକୃତ ହେବେ ଗଞ୍ଜାମବାସୀ । ଅଧିକ ପଢନ୍ତୁ...

Automatic sanitation was introduced in government hospital in ganjam
ସରକାରୀ ଚିକିତ୍ସାଳୟରେ କାର୍ଯ୍ୟକ୍ଷମ ହେଲା ଅଟୋମେଟିକ୍‌ ସାନିଟାଇଜେସନ

By

Published : Apr 30, 2020, 12:10 PM IST

ବ୍ରହ୍ମପୁର : କୋରୋନା ମୁକାବିଲା ପାଇଁ ସବୁଠି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ସ୍ଥିତ ଉପଖଣ୍ଡ ସରକାରୀ ଚିକିତ୍ସାଳୟରେ କାର୍ଯ୍ୟକ୍ଷମ ହୋଇଛି ଅଟୋମେଟିକ୍‌ ସାନିଟାଇଜେସନ । ସମ୍ପୂର୍ଣ୍ଣ ଅଟୋମେଟିକ୍‌ ସାନିଟାଇଜେସନମେସିନକୁ ଛତ୍ରପୁର ରୋଟାରି କ୍ଲବ ପକ୍ଷରୁ ଚିକିତ୍ସାଳୟକୁ ପ୍ରଦାନ କରାଯାଇଥିଲା ।

ସରକାରୀ ଚିକିତ୍ସାଳୟରେ କାର୍ଯ୍ୟକ୍ଷମ ହେଲା ଅଟୋମେଟିକ୍‌ ସାନିଟାଇଜେସନ

ଏହାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଏମ୍‌ ଧନଞ୍ଜୟ ରେଡ୍ଡୀ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଯାଇଛି । ରାଜ୍ୟରେ ପ୍ରଥମ ଥର ପାଇଁ ସରକାରୀ ଚିକିତ୍ସାଳୟରେ ଏଭଳି ମେସିନ୍ ସ୍ଥାପନ କରାଯାଇଛି ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର କର୍ମକର୍ତ୍ତାଙ୍କ ସମେତ ଚିକିତ୍ସାଳୟର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details