କୋରୋନା ବୁଡାଉଛି ରୋଜଗାର: ରାସ୍ତାରେ ଗଡୁନି ଟ୍ୟାକ୍ସି କି ଅଟୋ - livelihood affected due to corona
କୋରୋନା ଦୋହଲାଇ ଦେଇଛି ଜୀବନ ଜୀବିକା । ଲକଡାଉନ ରାଜ୍ୟରେ ଲାଗୁ ହୋଇଥିବାରୁ ଅଟୋ ଓ କାର ଚାଳକଙ୍କ ବେପାର ମାନ୍ଦା । ଆସୁନାହାଁନ୍ତି ଯାତ୍ରୀ । ହେଉନି ରୋଜଗାର । ଅଧିକ ପଢନ୍ତୁ...
ବ୍ରହ୍ମପୁର : କୋରୋନା ଦୋହଲାଇ ଦେଇଛି ଜୀବନ ଜୀବିକା । କାହାର ଚାକିରି ଯାଇଛି ତ ଆଉ କାହାର ବେଉସା ବୁଡିଛି । ପ୍ରବାସୀ କାମ ଛାଡି ଘରେ ବସିଛି । ଲକଡାଉନ ଯୋଗୁଁ ଆଉ କେତେକଙ୍କ ଘରେ ଚୁଲି ବି ଜଳୁନି । ଏ-ହେଉଛନ୍ତି ବ୍ରହ୍ମପୁର ସହରର ଦଳୁଆ ସାହିର ଅଟୋ ଚାଳକ କେ.ସତ୍ୟନାରାୟଣ । ଗତବର୍ଷ ଫାଇନାସ୍ସରେ ଅଟୋଟିଏ କିଣିଥିଲେ । ଏଥିରୁ ଯାହା ଦି ପଇସା ରୋଜଗାର ହୁଏ । ସେଥିରେ ତାଙ୍କ ତିନି ପ୍ରାଣୀ ଚଳନ୍ତି । କିନ୍ତୁ ଲକଡାଉନ ଲାଗୁ ହୋଇଥିବାରୁ ତାଙ୍କର ଅଟୋ ଷ୍ଟାଣ୍ତରେ କେବଳ ରହୁଛି । ଯାତ୍ରୀମାନେ ଆସୁ ନଥିବାରୁ ଦିନକୁ 100 ଟଙ୍କା ବି ହେଉନି । ଗାଡିର ଫାଇନାସ୍ ଅର୍ଥ ମାସିକ ଚାରି ହଜାର ଟଙ୍କା । କିନ୍ତୁ ରୋଜଗାର ହେଉ ନଥିବାରୁ ପ୍ରତ୍ୟେକ ମାସରେ ଜମା କରିପାରୁନାହାନ୍ତି । ସେହିପରି ଅନ୍ୟଜଣେ ଅଟୋ ଚାଳକ କଲ୍ୟାଣ ପାତ୍ରଙ୍କ ମଧ୍ୟ ସମାନ ଅଭିଯୋଗ । ରୋଗୀଟିଏ ମିଳିଲେ ମେଡିକାଲକୁ ନେଇକି ଆସୁଛୁ । କିନ୍ତୁ ପାସେଞ୍ଜର ଆସୁ ନଥିବାରୁ ଭଡା ହେଉନି ।