ବ୍ରହ୍ମପୁର:ବ୍ୟାଙ୍କ ଏଟିଏମକୁ କାଟି ଲୁଟ ଉଦ୍ୟମ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ସହରରେ । ସହରରେ ରହିଥିବା ଇଣ୍ଡିଆନ ବ୍ୟାଙ୍କ ଏଟିଏମକୁ ବିଳମ୍ବିତ ରାତ୍ରରେ ଦୁବୃର୍ତ୍ତମାନେ କଟର ସାହାଯ୍ୟରେ କାଟି ଲୁଟ ଉଦ୍ୟମ କରିଥିଲେ । ହେଲେ ଏଟିଏମଟି କାର୍ଯ୍ୟକ୍ଷମ ନଥିବାରୁ କୌଣସି ଟଙ୍କା ଲୁଟ ହୋଇନଥିବା ଜଣାପଡିଛି |
ଏଟିଏମକୁ କାଟି ଟଙ୍କା ଲୁଟ ଉଦ୍ୟମ - loot money by cutting into bank ATM
କଟର ସାହାଯ୍ୟରେ ବ୍ୟାଙ୍କ ଏଟିଏମକୁ କାଟି ଲୁଟ ଉଦ୍ୟମ । ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ସହରରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ...
ବ୍ୟାଙ୍କ ଏଟିଏମକୁ କାଟି ଟଙ୍କା ଲୁଟ ଉଦ୍ୟମ
ଏହି ଘଟଣା ଜଣାପଡିବା ପରେ ଖବର ପାଇଁ ସ୍ଥାନୀୟ ଛତ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଏସଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଅଧିକାରୀ ଓ ଚମାଖଣ୍ଡି ଥାନା ଅଧିକାରୀ ଏକ ସନ୍ଧାନୀ କୁକୁର ସହିତ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ ଜାରି ରଖିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ