ଓଡିଶା

odisha

ETV Bharat / city

ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ ଘଟଣା, ଥାନାରେ ଏତଲା - FIR register

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ଅଧିନସ୍ଥ ପାଟପୁର ରାଜସ୍ବ ସର୍କଲରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକଙ୍କ ଉପରେ ଆକ୍ରମଣ ଘଟଣାରେ ଅଭିଯୁକ୍ତ ନାଁରେ ମାମଲା ରୁଜ୍ଜୁ । ଅଧିକ ପଢନ୍ତୁ...

ରାଜସ୍ବ ନୀରିକ୍ଷକଙ୍କୁ ଆକ୍ରମଣ ଘଟଣା, ଥାନାରେ ଏତଲା
ରାଜସ୍ବ ନୀରିକ୍ଷକଙ୍କୁ ଆକ୍ରମଣ ଘଟଣା, ଥାନାରେ ଏତଲା

By

Published : Oct 26, 2021, 8:04 AM IST

ବ୍ରହ୍ମପୁର:ରାଜସ୍ବ ନିରୀକ୍ଷକଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଥାନାରେ ମାମଲା ରୁଜ୍ଜୁ । ଏନେଇ ମାମଲା ରୁଜୁ କରିଛନ୍ତି ତହସିଲଦାର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ଅଧିନସ୍ଥ ପାଟପୁର ରାଜସ୍ବ ସର୍କଲରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ଅନ୍ତର୍ଯ୍ୟାମୀ ନାହକଙ୍କୁ ଚୁଡଙ୍ଗପୁର ଗ୍ରାମର ଟ୍ରାକ୍ଟର ଚାଳକ ଏ . ଭରତୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଘଟଣାରେ ସ୍ଥାନୀୟ ତହସିଲଦାର ଶ୍ରୀନିବାସ ବେହେରା ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି ।

ସୂଚନାନୁଯାୟୀ, ଗତକାଲି ରାଜସ୍ବ ନିରୀକ୍ଷକ ଜଣକ ଚୁଡଙ୍ଗପୁର ଅଞ୍ଚଳରେ ନିଜ କାର୍ଯ୍ୟ କରୁଥିବା ବେଳେ (ଓଆର ୦୭ ଆର୍ ୯୯୬୭) ଟ୍ରାକ୍ଟରରେ ଚାଳକ ବେଆଇନ ଭାବେ ପଥର ଖଣ୍ଡ ନେଇ ମୁଖ୍ୟ ରାସ୍ତାରେ ଯାଉଥିଲା । ଏହି ସମୟରେ ଗାଡ଼ିକୁ ଅଟକାଇବା ସହ ସରକାରଙ୍କ ନିୟମ ମୁତାବକ ୱାଇ.ଫର୍ମ ଦେଖାଇବା ପାଇଁ କହିଥିଲେ ନିରୀକ୍ଷକ । ଚାଳକ ଜଣକ ଏହାକୁ ବେଖାତିର କରି ଜୋରଜବରଦସ୍ତି ଗାଡ଼ିକୁ ନେଇ ଯାଇଥିଲେ । ପରେ ନିରୀକ୍ଷକ ଗାଡ଼ିର ପିଛା କରି ମିଲ ସାହି ନିକଟରେ ଗାଡ଼ିକୁ ପୁଣି ଥରେ ଅଟକାଇଥିଲେ । ୱାଇ ଫର୍ମ ମାଗିବାରୁ ଅସଲି ଫର୍ମ ବଦଳରେ ଏକ ପୁରୁଣା ଫର୍ମ ଦେଖାଇଥିଲା ଟ୍ରାକ୍ଟର ଡ୍ରାଇଭର ।

ଏହାପରେ ନିରୀକ୍ଷକ ସ୍ଥାନୀୟ ତହସିଲଦାରଙ୍କୁ ଅବଗତ କରାଇବା ପାଇଁ ଫୋନ କରିବା ସମୟରେ ଚାଳକ ଜଣକ ଉତ୍ତେଜିତ ହୋଇ ନିରୀକ୍ଷକଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ଆରଆଇଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏନେଇ ତହସିଲଦାର ସମେତ ସୁପରଭାଇଜର ଚିତ୍ରସେନ ସାହୁ , ରାଜସ୍ବ ନିରୀକ୍ଷକ ରତ୍ନାକର ସ୍ବାଇଁ , ଭଗବାନ ପାତ୍ର ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୁଦ୍ଧରେ ଏତଲା ଦେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details