ଓଡିଶା

odisha

ETV Bharat / city

ସମ୍ପତ୍ତି ପାଇଁ ସମ୍ପର୍କୀୟଙ୍କୁ ମାରଣାସ୍ତ୍ରରେ ଆକ୍ରମଣ, ଅନ୍ୟ ଜଣେ ଅଭିଯୁକ୍ତ ଗିରଫ - Attack on relatives for property

ଜମିଜମା କିଣାବିକାକୁ ନେଇ ନିଜ ସମ୍ପର୍କୀୟଙ୍କୁ ଆକ୍ରମଣ ମାମଲାରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ ଘଟଣାର ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଜି. ଶଙ୍କର ରାଓଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଅଧିକ ପଢନ୍ତୁ...

ମାରଣାସ୍ତ୍ରରେ ଆକ୍ରମଣ, ଅନ୍ୟ ଜଣେ ଅଭିଯୁକ୍ତ ଗିରଫ
ମାରଣାସ୍ତ୍ରରେ ଆକ୍ରମଣ, ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

By

Published : Apr 27, 2021, 9:00 AM IST

ବ୍ରହ୍ମପୁର: ସମ୍ପତ୍ତି ପାଇଁ ନିଜ ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ମାମଲାରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ ଘଟଣାର ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଜି. ଶଙ୍କର ରାଓଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଗଞ୍ଜାମ ଦିଗପହଣ୍ଡି ଉପ ନିର୍ବନ୍ଧକ କାର୍ଯ୍ୟାଳୟରେ ଗତ ଏପ୍ରିଲ ୫ ତାରିଖରେ ଜମିଜମା କିଣାବିକାକୁ ନେଇ ନିଜ ସମ୍ପର୍କୀୟଙ୍କୁ ଆକ୍ରମଣ ମାମଲାରେ ପୂର୍ବରୁ ବଡ଼ଭାଇ ଜି .ମୋହନ ରାଓଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଶେଷରେ ସାନଭାଇଙ୍କୁ ଗିରଫ କରିଛି ।

ଖବରନୁଯାୟୀ, ସାନଖେମୁଣ୍ଡି ବ୍ଲକ ପୋଡାମାରୀ ବଡ଼ବଜାର ସାହିର ସ୍ୱର୍ଗତ ଜି. ମାର୍କଣ୍ଡ ଓ ଜି.ଲଚ୍ଛମନ ପୌତୃକ ଗ୍ରାମରେ ରହିଥିବା ୭ ଭରଣ ଜମିକୁ ନେଇ ମାର୍କଣ୍ଡଙ୍କ ଦୁଇଝିଅ ଏମ୍ .ସାରଦା ଓ ବି .ଜ୍ୟୋତି ଏବଂ ଜି.ଲଚ୍ଛମନ ରାଓଙ୍କ ଦୁଇପୁଅ ଜି.ଶଙ୍କର ରାଓ ଓ ଜି. ମୋହନ ରାଓ ମଧ୍ୟରେ ବିବାଦ ଲାଗି ରହିଥିଲା ।

ଏହାପରେ ଗତ ଏପ୍ରିଲ ୫ରେ ଦିଗପହଣ୍ଡି ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଉକ୍ତ ଜମିର କିଣାବିକା ମକଦ୍ଦମା ଚାଲିଥିବାବେଳେ ମୋହନ ଓ ଶଙ୍କର କାର୍ଯ୍ୟାଳୟ ଭିତରେ ପଶି ମାରଣାସ୍ତ୍ର ସାହାଯ୍ୟରେ ୨ ମହିଳା ସମେତ ତାଙ୍କ ଜ୍ୱାଇଁ ନାରାୟଣ ସୁବୁଦ୍ଧିଙ୍କୁ ଆକ୍ରମଣ କରି ବାଇକ ଯୋଗେ ଫେରାର ହୋଇଯାଇଥିଲେ ।

ଘଟଣା ପରେ ଦିଗପହଣ୍ଡି ପୋଲିସ ଗତ ଏପ୍ରିଲ ୧୩ ତାରିଖରେ ବଡ଼ଭାଇ ମୋହନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଏହି ଘଟଣାରେ ବ୍ୟବହୃତ ରକ୍ତଭିଜା ଦୁଇଟି କାତିକୁ ଜବତ କରିଥିଲା । ଅପରପକ୍ଷରେ ଅଭିଯୁକ୍ତ ସାନଭାଇ ଶଙ୍କରକୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବ୍ରହ୍ମପୁରର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details