ଓଡିଶା

odisha

ETV Bharat / city

ଦିଗପହଣ୍ଡି ତହସିଲଦାରଙ୍କୁ ଆକ୍ରମଣ: ଶାନ୍ତି କମିଟି ଜରିଆରେ ଗ୍ରାମବାସୀଙ୍କ ଦୋଷ ସ୍ବୀକାର - ତହସିଲଦାରଙ୍କୁ ଦୁର୍ବ୍ୟବହାର

ଗତ କିଛି ଦିନ ତଳେ ସାମ୍ନାକୁ ଆସିଥିଲା ଦିଗପହଣ୍ଡି ତହସିଲଦାରଙ୍କୁ ଆକ୍ରମଣ ଘଟଣା । ଏନେଇ ଶାନ୍ତି କମିଟି ମାଧ୍ୟମରେ ଗ୍ରାମବାସୀ ନିଜ ଦୋଷ ସ୍ବୀକାର କରିବା ସହ ପ୍ରଶାସନକୁ କ୍ଷମା ପ୍ରାର୍ଥନା କରିଥିବା ଜଣାପଡିଛି ।

attack on digapahandi tehsildar, berhmapur latest news, misbehaviour to tehsildar, peace committee in berhampur, ଦିଗପହଣ୍ଡି ତହସିଲଦାରଙ୍କୁ ଆକ୍ରମଣ, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍‌, ତହସିଲଦାରଙ୍କୁ ଦୁର୍ବ୍ୟବହାର, ବ୍ରହ୍ମପୁରରେ ଶାନ୍ତି କମିଟି
ଦିଗପହଣ୍ଡି ତହସିଲଦାରଙ୍କୁ ଆକ୍ରମଣ: ଶାନ୍ତି କମିଟି ଜରିଆରେ ଗ୍ରାମବାସୀଙ୍କ ଦୋଷ ସ୍ବୀକାର

By

Published : Aug 28, 2020, 11:04 AM IST

ବ୍ରହ୍ମପୁର: ଗତ କିଛି ଦିନ ତଳେ ସାମ୍ନାକୁ ଆସିଥିଲା ଦିଗପହଣ୍ଡି ତହସିଲଦାରଙ୍କୁ ଆକ୍ରମଣ ଘଟଣା । କୋଭିଡ ନିୟମ ଉଲ୍ଲଙ୍ଘନ କରି ଗ୍ରାମରେ ଗଣେଶ ପୂଜା କରିବା ସହ ଦୋକାନ ଖୋଲି ବ୍ୟବସାୟ କରୁଥିବା ବେଳେ ସମ୍ପୃକ୍ତ ତହସିଲଦାର ଚଢାଉ କରିଥିବା ବେଳେ ଏହାର ବିରୋଧ କରି ଗ୍ରାମବାସୀ ତାଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ । ଏନେଇ ଥାନାରେ ହତ୍ୟା ଉଦ୍ୟମରେ ଏକ ମାମଲା ରୁଜୁ ହେବା ପରେ ଗ୍ରାମର ଶାନ୍ତି କମିଟି ମାଧ୍ୟମରେ ସମସ୍ତ ଗ୍ରାମବାସୀ ନିଜର ଦୋଷ ସ୍ବୀକାର କରିବା ସହ କ୍ଷମା ପ୍ରାର୍ଥନା କରିଥିବା ଜଣା ପଡିଛି ।

ଦିଗପହଣ୍ଡି ତହସିଲଦାରଙ୍କୁ ଆକ୍ରମଣ: ଶାନ୍ତି କମିଟି ଜରିଆରେ ଗ୍ରାମବାସୀଙ୍କ ଦୋଷ ସ୍ବୀକାର

ସୂଚନା ଅନୁଯାୟୀ ଗଣେଶ ପୂଜା ଅର୍ଥାତ ଗତ ଶନିବାର ରାତିରେ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କେ.ନୂଆଗାଁ ଥାନା ଅଧିନସ୍ଥ ଚୌଧୁରୀ ଟିକରପଡା ଗ୍ରାମରେ କୋଭିଡ ନିୟମର ଉଲ୍ଲଙ୍ଘନ ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଖବର ପାଇବା ପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ତହସିଲଦାର ଅଦ୍ବୈତ କୁମାର ସ୍ବାଇଁ ଘଟଣାସ୍ଥଳକୁ ଯାଇଥିବା ବେଳେ ଗ୍ରାମବାସୀ ତାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ଗାଡ଼ିକୁ ପଥର ମାଡ଼ କରି ଭଙ୍ଗାରୁଜା କରିଥିଲେ । ଏନେଇ ଶାନ୍ତି କମିଟି ମାଧ୍ୟମରେ ଗ୍ରାମବାସୀ ନିଜ ଦୋଷ ସ୍ବୀକାର କରିବା ସହ ପ୍ରଶାସନକୁ କ୍ଷମା ପ୍ରାର୍ଥନା କରିଥିବା ଜଣାପଡିଛି ।

ଏହି ଘଟଣାକୁ ନେଇ ପୂର୍ବରୁ ତହସିଲଦାରଙ୍କ ପକ୍ଷରୁ କେ. ନୂଆଗାଁ ଥାନାରେ 20 ଜଣଙ୍କ ନାମରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ଏହା ପରେ ଗ୍ରାମରେ ପୋଲିସର ଫ୍ଲାଗମାର୍ଚ୍ଚ ଆରମ୍ଭ ହୋଇଥିଲା । ପ୍ରଶାସନର ଏଭଳି କାର୍ଯ୍ୟାନୁଷ୍ଠାନ ଭୟରେ ଗ୍ରାମ ଏକ ପ୍ରକାର ପୁରୁଷଶୂନ୍ୟ ହୋଇଯାଇଥିବା ବେଳେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ଓ ବୁଦ୍ଧିଜୀବିମାନଙ୍କୁ ନେଇ ଗ୍ରାମରେ ହିଂସାତ୍ମକ ମନୋଭାବ ଦୂର କରିବା ପାଇଁ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା । ଏହି କମିଟି ମାଧ୍ୟମରେ ପ୍ରଥମେ ଗ୍ରାମବାସୀମାନେ ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାରଙ୍କ ନିକଟରେ ନିଜେ କରିଥିବା ଭୁଲକୁ ସ୍ବୀକାର କରିବା ସହ ହାତ ଯୋଡି କ୍ଷମା ପ୍ରାର୍ଥନା କରିଥିଲେ ।

ଆଗକୁ ଏପରି ଭୁଲ୍ ନ ଦୋହରିବା ପାଇଁ ଲିଖିତ ଆକାରରେ ପ୍ରତିଶ୍ରୁତି ଦେଇଥିଲେ । ପରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବଙ୍କୁ ଏହାର ନକଲ କପି ଦେବା ସହ କ୍ଷମା ମାଗିଥିବା ଜଣାପଡିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details