ଓଡିଶା

odisha

ETV Bharat / city

ଆଖିରେ ଲଙ୍କାଗୁଣ୍ଡ ଫୋପାଡି ଲୁଟି ନେଲେ ଲକ୍ଷାଧିକ ଟଙ୍କା ଓ ସୁନା - ଆଖିରେ ଲଙ୍କାଗୁଣ୍ଡ ଫୋପାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା

ବ୍ରହ୍ମପୁରରେ ପୁଣି ଆରମ୍ଭ ହେଲାଣି ଲୁଟପାଟ । ଆଖିରେ ଲଙ୍କାଗୁଣ୍ଡ ଫୋପାଡି ମାରଣାସ୍ତ୍ରରେ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆଖିରେ ଲଙ୍କାଗୁଣ୍ଡ ଫୋପାଡି ଲୁଟି ନେଲେ ଲକ୍ଷାଧିକ ଟଙ୍କା ଓ ସୁନା
ଆଖିରେ ଲଙ୍କାଗୁଣ୍ଡ ଫୋପାଡି ମାରଣାସ୍ତ୍ରରେ ଆକ୍ରମଣ

By

Published : Aug 26, 2020, 10:57 PM IST

Updated : Aug 27, 2020, 7:40 AM IST

ବ୍ରହ୍ମପୁର: ଆଖିରେ ଲଙ୍କାଗୁଣ୍ଡ ଫୋପାଡି ମାରଣାସ୍ତ୍ରରେ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ ବହୁ ପରିମାଣର ସୁନା ଓ ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ସହରରେ । ସହରର ମୁଖ୍ୟବଜାର କାରିଣୀ ସାହିରେ ରହିଥିବା ମାଁ ଶାରଳା ଜୁଏଲର୍ସ ଦୋକାନର ମାଲିକ ଶରତ ଚନ୍ଦ୍ର ସାହୁ ଏବଂ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରୀୟା ପ୍ରଶାସନର ନିର୍ଦ୍ଧେଶ ଅନୁଯାୟୀ ରାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ଦୋକାନରେ ବ୍ୟବସାୟ କରିବା ପରେ ନିଜର ଦୋକାନକୁ ବନ୍ଦ କରି ସ୍କୁଟି ଯୋଗେ ଘରକୁ ଫେରୁଥିଲେ ।

ଆଖିରେ ଲଙ୍କାଗୁଣ୍ଡ ଫୋପାଡି ଲୁଟି ନେଲେ ଲକ୍ଷାଧିକ ଟଙ୍କା ଓ ସୁନା

ଏହି ସମୟରେ ସହରର କୋର୍ଟ ହଲ୍ଟ ରେଳଷ୍ଟେସନ ନିକଟରେ ରହିଥିବା ଗଳାଶଙ୍ଖ ଠାରେ ଦୁଇ ଦୁର୍ବୃତ୍ତ ଏକ ପଲସର ମୋଟର ସାଇକେଲ ଯୋଗେ ପହଞ୍ଚି ଦୋକାନ ମାଲିକ ଶରତ ଏବଂ ତାଙ୍କ ପତ୍ନୀଙ୍କ ଉପରକୁ ଲଙ୍କାଗୁଣ୍ଡ ଫୋପାଡିବା ସହ କୌଣସି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏହାସହ ଶରତଙ୍କ ନିକରେ ଥିବା ପ୍ରାୟ ୭୦୦ ଗ୍ରାମ ଓଜନର ସୁନା ଅଳଙ୍କାର ସହିତ ୨୦ କିଲୋଗ୍ରାମର ରୂପା ଅଳଙ୍କାର ଏବଂ ଦିନ ତମାମ ବ୍ୟବସାୟ ହୋଇଥିବା ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାକୁ ଛଡାଇ ନେଇଛନ୍ତି ଦୁବୃର୍ତ୍ତ ।

ଏପରିକି ଲକ୍ଷ୍ମୀପ୍ରିୟା ପିନ୍ଧିଥିବା ଦୁଇଟି ସୁନା ଚେନ୍ ଯାହାର ଓଜନ ପ୍ରାୟ ତିନି ଭରି ହେବ ତାହାକୁ ମଧ୍ୟ ଦୁବୃର୍ତ୍ତମାନେ ଛଡାଇ ନେଇଥିବା ଦେଖାଯାଇଛି । ଗୁରୁତର ଅବସ୍ଥାରେ ଶରତଙ୍କୁ ଛତ୍ରପୁର ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଛତ୍ରପୁର ଥାନାଧିକାରୀ ପ୍ରୀୟୁଷ ରଞ୍ଜନ ଛୋଟରାୟ ଏବଂ ଛତ୍ରପୁର ଏସ୍.ଡି.ପି.ଓ ଗୌତମ କିଶାନୀଙ୍କ ସମେତ ପୋଲିସ ବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ସାରା ଜିଲ୍ଲାରେ କୋଭିଡ କଟକଣାକୁ ନେଇ ସଟଡାଉନ୍ ଜାରି ରହିଥିବାବେଳେ ଏଭଳି ସମୟରେ ପୁଣି ଥରେ ଦୁର୍ବୃତ୍ତମାନେ ସକ୍ରିୟ ହୋଇ ପଡିଥିବା ଦେଖିବାକୁ ମିଳିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Aug 27, 2020, 7:40 AM IST

ABOUT THE AUTHOR

...view details