ବ୍ରହ୍ମପୁର: କୋଭିଡ-19 ନେଇ ଆସିକା ସାଂସଦ ପ୍ରମିଳାଙ୍କ ସହାୟତା ପ୍ରଦାନ । କୋରୋନା ମୁକାବିଲା ପାଇଁ ସରକାର ଙ୍କୁ ବିଭିନ୍ନ ମହଲରୁ ସହାୟତାର ହାତ ବଢା ଯାଉଥିବାବେଳେ ଗଞ୍ଜାମ ଜିଲ୍ଲା ଆସିକା ସାଂସଦ ପ୍ରମିଳା ବିଷୋୟୀ ମଧ୍ୟ ନିଜ ସାଂସଦ ପାଣ୍ଠିରୁ 2 କୋଟି ଟଙ୍କା ସହ ନିଜର 3 ମାସର ଦରମା ପ୍ରଦାନ କରିଛନ୍ତି ।
ବିଭିନ୍ନ ସମୟରେ ଆସିକା ସାଂସଦ ଶ୍ରୀମତି ବିଷୋୟୀ ଚର୍ଚ୍ଚାରେ ରହୁଥିବାବେଳେ ଏବେ କୋରୋନା ନେଇ ସହାୟତା ପ୍ରଦାନ କରିଛନ୍ତି । ପୂର୍ବରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସମେତ ବହୁ ବିଧାୟକ କୋରୋନା ମୁକାବିଲା ପାଇଁ ସହାୟତା ପ୍ରଦାନ କରିଥିବା ଦେଖାଯାଇଛି ।