ଓଡିଶା

odisha

ETV Bharat / city

ପୁଣି ଚିଟଫଣ୍ଡ ଠକେଇ ଅଭିଯୋଗ: କୋଟିକୋଟି ଟଙ୍କା ହେରଫେର - ଲକ୍ଷ ଲକ୍ଷ ଟଙ୍କା ଠକି

ଗଞ୍ଜାମର ପାତ୍ରପୁର ଅଞ୍ଚଳରେ ତୁମ୍ବା ଭଳି ଆଦିବାସୀ ଅଞ୍ଚଳରୁ ଶହ ଶହ ଜମାକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛି ବିନୋଦିନୀ ପ୍ରୋଜେକ୍ଟ ଲିମିଟେଡ଼ ଚିଟଫଣ୍ଡ ସଂସ୍ଥା।

ପୁଣି ଚିଟଫଣ୍ଡ ଠକେଇ ଅଭିଯୋଗ: କୋଟିକୋଟି ଟଙ୍କା ହରଣଚାଲ

By

Published : Nov 5, 2019, 9:16 PM IST

ବ୍ରହ୍ମପୁର: ସହରରେ ଚିଟଫଣ୍ଡ ଠକେଇ ମାମଲା । ଆଦିବାସୀ ଲୋକଙ୍କୁ ଖୁଆଁ ବୁଲାଇ ଲୁଟି ନେଇଛନ୍ତି କୋଟି କୋଟି ଟଙ୍କା। ପାଞ୍ଚବର୍ଷରେ ଜମାକାରୀଙ୍କ ଅର୍ଥ ଦୁଇ ଗୁଣ ଏବଂ ଆଠ ବର୍ଷରେ ତିନି ଗୁଣ ହେବାର ପ୍ରତିଶ୍ରୃତି ଦେଇ ଗଞ୍ଜାମର ପାତ୍ରପୁର ଅଞ୍ଚଳରେ ତୁମ୍ବା ଭଳି ଆଦିବାସୀ ଅଞ୍ଚଳରୁ ଶହ ଶହ ଜମାକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛି ବିନୋଦିନୀ ପ୍ରୋଜେକ୍ଟ ଲିମିଟେଡ଼ ଚିଟଫଣ୍ଡ ସଂସ୍ଥା।

ଅନେକ କଷ୍ଟରେ ଅର୍ଥ ଉପାର୍ଜନ କରିଥିବା ଆଦିବାସୀ ଅଞ୍ଚଳର ଲୋକେ ଠକେଇର ଶିକାର ହୋଇଥିବା ବେଳେ ଶେଷରେ ବାଧ୍ୟ ହୋଇ ମଙ୍ଗଳବାର ତୁମ୍ବା ଅଞ୍ଚଳର ଜମାକାରୀ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଏସ୍ଡିପିଓଙ୍କୁ ଗୁହାରୀ କରିଥିଲେ ଜମାକାରୀ । ଏନେଇ ଆମ ବ୍ରହ୍ମପୁର ପ୍ରତିନିଧି ଜମାକାରୀ ଏବଂ ଏଜେଣ୍ଟଙ୍କ ସହ ଆଲୋଚନା କରିଛନ୍ତି।

ପୁଣି ଚିଟଫଣ୍ଡ ଠକେଇ ଅଭିଯୋଗ: କୋଟିକୋଟି ଟଙ୍କା ହରଣଚାଲ

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details