ଓଡିଶା

odisha

By

Published : Jan 24, 2021, 7:51 AM IST

ETV Bharat / city

ଆନ୍ଧ୍ର ବିଧାନ ପରିଷଦର ଚାରି ଜଣିଆ ପ୍ରତିନିଧି ଦଳର ବ୍ରହ୍ମପୁର ଗସ୍ତ

ଆନ୍ଧ୍ରପ୍ରଦେଶ ବିଧାନ ପରିଷଦର ଚାରି ଜଣିଆ ପ୍ରତିନିଧି ଦଳ ବ୍ରହ୍ମପୁର ଗସ୍ତ କରି ଏଠାରେ ଅଧ୍ୟୟନ କରୁଥିବା ତେଲୁଗୁ ବିଦ୍ୟାର୍ଥୀଙ୍କ ପକ୍ଷରୁ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି । ଅଧିକ ପଢନ୍ତୁ...

ଆନ୍ଧ୍ର ବିଧାନ ପରିଷଦର ଚାରି ଜଣିଆ ପ୍ରତିନିଧି ଦଳର ବ୍ରହ୍ମପୁର ଗସ୍ତ
ଆନ୍ଧ୍ର ବିଧାନ ପରିଷଦର ଚାରି ଜଣିଆ ପ୍ରତିନିଧି ଦଳର ବ୍ରହ୍ମପୁର ଗସ୍ତ

ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶ ବିଧାନ ପରିଷଦର ଚାରି ଜଣିଆ ପ୍ରତିନିଧି ଦଳ ବ୍ରହ୍ମପୁର ଗସ୍ତ କରି ଏଠାରେ ଅଧ୍ୟୟନ କରୁଥିବା ତେଲୁଗୁ ବିଦ୍ୟାର୍ଥୀଙ୍କ ପକ୍ଷରୁ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି ।

ଆନ୍ଧ୍ର ବିଧାନ ପରିଷଦର ଚାରି ଜଣିଆ ପ୍ରତିନିଧି ଦଳର ବ୍ରହ୍ମପୁର ଗସ୍ତ

ତେଲୁଗୁ ଭାଷା ଓ ସଂସ୍କୃତି ବିକାଶ କମିଟିର ଏହି ଟିମ୍ ଗୋପାଳପୁରରୁ ବାହାରି ବ୍ରହ୍ମପୁରର ସହରର ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସେଠାରେ ରହିଥିବା ତେଲୁଗୁ ବିଦ୍ୟାର୍ଥୀ ଓ ଶିକ୍ଷକଙ୍କ ସହିତ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ବିଧାନପରିଷଦର ଅଧ୍ୟକ୍ଷ ମହମ୍ମଦ ଅହମ୍ମଦ ସରିଫଙ୍କ ନେତୃତ୍ବରେ ଏହି ଟିମ୍‌ ଗସ୍ତ କରିଥିଲା ।

ଏହା ପରେ ଟିମ୍ ସିଟି ହାଇସ୍କୁଲ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାର୍ଥୀ ଓ ଶିକ୍ଷକଙ୍କ ସହିତ ଆଲୋଚନା କରିଥିଲେ । ପରେ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜରେ ଆୟୋଜିତ ବୈଠକରେ ଯୋଗ ଦେଇଥିଲେ ଏହି ପ୍ରତିନିଧି ଦଳ । ଏହି ବୈଠକରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ତେଲୁଗୁ ଭାଷାଭାଷି ବ୍ୟକ୍ତି ବିଶେଷଙ୍କ ସହିତ ତେଲୁଗୁ ଭାଷା, କଳା ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରରେ ହେଉଥିବା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ ।

ଏହି ପ୍ରତିନିଧି ଦଳ ସହିତ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ସହକାରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details