ଓଡିଶା

odisha

ETV Bharat / city

ସରକାରଙ୍କ ଆୟୁଷ ଡାକ୍ତରଙ୍କୁ ଅବହେଳା ଅଭିଯୋଗ, ମିଳିନି କୋଭିଡ ଯୋଦ୍ଧାର ମାନ୍ୟତା - ଆୟୁଷ ଡାକ୍ତର

ନାଁ ମିଳିଛି କୋରୋନା ଯୋଦ୍ଧାର ମାନ୍ୟତା, ନା କୌଣସି ଚିକିତ୍ସା ସୁବିଧା । ଏହିଭଳି ଭାବେ ଅନେକ ଅସୁବିଧା ଭିତରେ ଅଛନ୍ତି ସରକାରଙ୍କ ଆୟୁଷ ଡାକ୍ତର । ଅଧିକ ପଢନ୍ତୁ...

ସରକାରଙ୍କ ଆୟୁଷ ଡାକ୍ତରଙ୍କୁ ଅବହେଳା ଅଭିଯୋଗ, ମିଳିନି କୋଭିଡ ଯୋଦ୍ଧାର ମାନ୍ୟତା
ସରକାରଙ୍କ ଆୟୁଷ ଡାକ୍ତରଙ୍କୁ ଅବହେଳା ଅଭିଯୋଗ, ମିଳିନି କୋଭିଡ ଯୋଦ୍ଧାର ମାନ୍ୟତା

By

Published : Jul 26, 2020, 10:55 AM IST

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୁଷ ଡାକ୍ତରଙ୍କୁ ଅବହେଳା କରାଯାଉଥିବା ନେଇ ପୂର୍ବରୁ ଅନେକ ଅଭିଯୋଗ ରହିଛି । ଏହି ଡାକ୍ତର ମାନଙ୍କୁ ନାଁ ମିଳିଛି କୋରୋନା ଯୋଦ୍ଧାର ମାନ୍ୟତା କିମ୍ବା କୋରୋନା ପାଇଁ କାର୍ଯ୍ୟ କରି ସଂକ୍ରମିତ ହେବା ପରେ ସଠିକ ଭାବରେ ମିଳିପାରିଛି ଚିକିତ୍ସା ସୁବିଧା। ବହୁ କମ ପାରିଶ୍ରମିକରେ ଏମାନେ ସରକାରଙ୍କ ସଙ୍ଗରୋଧ କେନ୍ଦ୍ର ଠାରୁ ଆରମ୍ଭ କରି ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରିବା ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଯାହା ନିର୍ଦ୍ଦେଶ ରହୁଛି ତାହାକୁ କାର୍ଯ୍ୟକାରୀ କରୁଥିବା ଦେଖାଯାଇଛି ।

ସରକାରଙ୍କ ଆୟୁଷ ଡାକ୍ତରଙ୍କୁ ଅବହେଳା ଅଭିଯୋଗ, ମିଳିନି କୋଭିଡ ଯୋଦ୍ଧାର ମାନ୍ୟତା

ଏଭଳି ସମୟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ କାର୍ଯ୍ୟରତ ଥିବା ଆୟୁଷ ଡାକ୍ତର ଚନ୍ଦ୍ର ଶେଖର ମିଶ୍ର କୋରୋନାରୁ ସୁସ୍ଥ ହୋଇ ଫେରିବା ପରେ କୋଭିଡ ମେଡିକାଲର ଚିକିତ୍ସା ଅବ୍ୟବସ୍ଥା କହିବା ସହ ଆୟୁଷ ଡାକ୍ତରଙ୍କୁ କିଭଳି ଅବହେଳା କରାଯାଉଛି ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ବର୍ତ୍ତମାନର ସମୟରେ ଶରୀରକୁ ଅଧିକ ସୁସ୍ଥ କରିବା ପାଇଁ ଫଳ ଖାଇବା ପାଇଁ ଅର୍ଥ ନଥିବା ପ୍ରକାଶ କରିବା ସହ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିବା ଏହି ଡାକ୍ତରଙ୍କୁ କୋରୋନା ଯୋଦ୍ଧାର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଏପରିକି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିବା ସହ ନିଜେ କୋଭିଡ ଚିକିତ୍ସା ସମୟରେ ମେଡିକାଲରେ ଅବହେଳାର ଶିକାର ହେବା ସତ୍ତ୍ବେ ସୁସ୍ଥ ହେଲା ପରେ ପୁଣି କୋଭିଡ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details