ବ୍ରହ୍ମପୁର:ରେଳବାଇରେ ଚାକିରୀ ଦେବା ନାମରେ ଦେଢ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତ ଭୁଷୁଣ୍ଡା ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ଶେରଗଡ଼ ଥାନା ଅଣ୍ଡିରା ସିଂ ଅଞ୍ଚଳର ମୋହନ ମଲ୍ଲିକ ସରକାରୀ ଚାକିରୀ କରାଇଦେବି କହି ୨୦୨୦ ଜାନୁଆରୀ ୧୦ତାରିଖରେ ଟଙ୍କା ନେଇଥିଲେ । ପରେ ଟଙ୍କା ଫେରାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଶେଷରେ ଏକ ଚେକ୍ ପ୍ରଦାନ କରିଥିବାବେଳେ ତାହା ବାଉନ୍ସ୍ ହୋଇଥିଲା ।
ସରକାରୀ ଚାକିରୀ ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ, ଜଣେ ଗିରଫ - ବ୍ରହ୍ମପୁର ରେଳବାଇ
ରେଳବାଇରେ ଚାକିରୀ ଦେବା ନାମରେ ଦେଢ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୁଷୁଣ୍ଡା ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ସରକାରୀ ଚାକିରୀର ପ୍ରଲୋଭନ ଦେଖାଇ ଟଙ୍କା ଠକେଇର ଅଭିଯୋଗ । ଅଧିକ ପଢନ୍ତୁ...
ସରକାରୀ ଚାକିରୀ ଦେବା ନାରେ ଟଙ୍କା ଠକେଇ ଅଭିଯୋଗ, ଜଣେ ଗିରଫ
ପରବର୍ତ୍ତୀ ସମୟରେ ଯୁବକ ଜଣକ ବିଭିନ୍ନ ମିଥ୍ୟା ପ୍ରତିଶୃତି ଦେବା ପରେ ମହିଳା ଜଣଙ୍କ ଯୁବକ ଉପରେ ସନ୍ଦେହ କରି ନିଜ ସ୍ବାମୀଙ୍କ ସହ ଦିଗପହଣ୍ଡି ଥାନା ପହଞ୍ଚି ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା ଦିଗପହଣ୍ଡି ପୋଲିସ । ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତକୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ