ଓଡିଶା

odisha

ETV Bharat / city

କୁକୁଡାଖଣ୍ଡିର ସମସ୍ତ ପଞ୍ଚାୟତ ବୁଲିବେ ବାଚସ୍ପତି, ଦୁର୍ନୀତି ଦେଖିବା ମାତ୍ରେ ହେବ କାର୍ଯ୍ୟାନୁଷ୍ଠାନ: ସୂର୍ଯ୍ୟ ପାତ୍ର - Kukuda khandi Block

ନିଜ ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ବୁଲିବେ ବାଚସ୍ପତି । ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ସାଧାରଣ ଜନତାଙ୍କ ଠାରୁ ନେବେ ମତାମତ । ଅଧିକ ପଢନ୍ତୁ...

କୁକୁଡାଖଣ୍ଡିର ସମସ୍ତ ପଞ୍ଚାୟତ ବୁଲିବେ ବାଚସ୍ପତି, ଦୁର୍ନୀତି ଦେଖିବା ମାତ୍ରେ ହେବ କାର୍ଯ୍ୟାନୁଷ୍ଠାନ: ସୂର୍ଯ୍ୟ ପାତ୍ର
କୁକୁଡାଖଣ୍ଡିର ସମସ୍ତ ପଞ୍ଚାୟତ ବୁଲିବେ ବାଚସ୍ପତି, ଦୁର୍ନୀତି ଦେଖିବା ମାତ୍ରେ ହେବ କାର୍ଯ୍ୟାନୁଷ୍ଠାନ: ସୂର୍ଯ୍ୟ ପାତ୍ର

By

Published : Aug 24, 2021, 10:34 PM IST

ବ୍ରହ୍ମପୁର:ଏଣିକି ପଞ୍ଚାୟତରୁ ପଞ୍ଚାୟତକୁ ବୁଲିବେ ବାଚସ୍ପତି । ସରକାରଙ୍କ ଅନୁଦାନରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ସାଧାରଣ ଜନତାଙ୍କ ଠାରୁ ନେବେ ତାହାର ମତାମତ । କେଉଁଠାରେ ଭଲ କାର୍ଯ୍ୟ ହୋଇଛି ତାହାକୁ ପରଖିବା ସହିତ ଯେଉଁ କାର୍ଯ୍ୟରେ ଦୁର୍ନୀତି ହୋଇଛି କିଏ ଦୁର୍ନୀତି କରିଛି ତାହାକୁ ନେଇ ଅନ-ଦି-ସ୍ପର୍ଟ ହେବ ନିଷ୍ପତ୍ତି ।

କୁକୁଡାଖଣ୍ଡିର ସମସ୍ତ ପଞ୍ଚାୟତ ବୁଲିବେ ବାଚସ୍ପତି, ଦୁର୍ନୀତି ଦେଖିବା ମାତ୍ରେ ହେବ କାର୍ଯ୍ୟାନୁଷ୍ଠାନ: ସୂର୍ଯ୍ୟ ପାତ୍ର

ଆଉ ଏହି ପରିକ୍ରମା ସମୟରେ ବାଚସ୍ପତି ନିଜ ସାଥିରେ ବିଡିଓ, ଚେୟାରମ୍ୟାନଙ୍କ ଠାରୁ ଆରମ୍ଭ କରି ସହକାରୀ ଯନ୍ତ୍ରୀ, ଗ୍ରାମସେବକ ଭଳି ସମସ୍ତ ଅଧିକାରୀଙ୍କୁ ଧରି ବୁଲିବେ ଏବଂ କୌଣସି କାର୍ଯ୍ୟରେ ଟଙ୍କା ମାଗି ନେଇ ଦୁର୍ନୀତି କରିଥିବା ବ୍ୟକ୍ତିବିଶେଷଙ୍କୁ ସାଥିରେ ରହିଥିବା ପୋଲିସ ଦୁର୍ନୀତି ଗ୍ରସ୍ତଙ୍କୁ ବାନ୍ଧିବ ବୋଲି ରୋକଠୋକ କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ସେ ନିଜ ନିର୍ବାଚନମଣ୍ଡଳୀର କୁକୁଡାଖଣ୍ଡି ବ୍ଲକର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ନିଜର ବକ୍ତବ୍ୟରେ ଏପରି କରିବା ସହିତ ଦୁର୍ନୀତି କରୁଥିବା କନିଷ୍ଠ ଯନ୍ତ୍ରୀ, ବଧାୟକ, ସାଂସଦ କିମ୍ୱା ମନ୍ତ୍ରୀ କେହି ବାଦ ପଡିବେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details