ଓଡିଶା

odisha

ETV Bharat / city

ଦିଲ୍ଲୀ ସତ୍ୟାଗ୍ରହରେ ସାମିଲ ହେବେ ରାଜ୍ୟର ରଙ୍ଗତୂଳୀ କଳାକାର

ବ୍ରହ୍ମପୁରରେ ଅଲ ଓଡ଼ିଶା ପେଣ୍ଟ ଆର୍ଟିଷ୍ଟ ୱାର୍କସ ଆସୋସିଏସନ ଗଞ୍ଜାମ ଜିଲ୍ଲା କମିଟିର ସାଧାରଣ ସଭା ଅନୁଷ୍ଠିତ । ରାଷ୍ଟ୍ରୀୟ ରୋଜଗାର ନୀତି ପ୍ରଣୟନ ପାଇଁ ଦିଲ୍ଲୀର ଯନ୍ତର ମନ୍ତର ଠାରେ ୧୬ ଅଗଷ୍ଟରେ ହେବାକୁ ଥିବା ସତ୍ୟାଗ୍ରହରେ ହେବେ ସାମିଲ । ଅଧିକ ପଢ଼ନ୍ତୁ

ଦିଲ୍ଲୀ ସତ୍ୟାଗ୍ରହରେ ସାମିଲ ହେବେ ରାଜ୍ୟର ରଙ୍ଗତୂଳୀ କଳାକାର
ଦିଲ୍ଲୀ ସତ୍ୟାଗ୍ରହରେ ସାମିଲ ହେବେ ରାଜ୍ୟର ରଙ୍ଗତୂଳୀ କଳାକାର

By

Published : Jun 30, 2022, 7:13 AM IST

ବ୍ରହ୍ମପୁର: ଅଲ ଓଡ଼ିଶା ପେଣ୍ଟ ଆର୍ଟିଷ୍ଟ ୱାର୍କସ ଆସୋସିଏସନ ଗଞ୍ଜାମ ଜିଲ୍ଲା କମିଟିର ସାଧାରଣ ସଭା ଅନୁଷ୍ଠିତ । ବିଭିନ୍ନ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ରାଜ୍ୟର ରଙ୍ଗତୂଳୀ କଳାକାର । ରାଷ୍ଟ୍ରୀୟ ରୋଜଗାର ନୀତି ପ୍ରଣୟନ ପାଇଁ ଦିଲ୍ଲୀର ଯନ୍ତର ମନ୍ତର ଠାରେ ୧୬ ଅଗଷ୍ଟରେ ହେବାକୁ ଥିବା ସତ୍ୟାଗ୍ରହରେ ହେବେ ସାମିଲ । ଆସୋସିଏସନ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ଗେଟ୍ ବଜାର ନିକଟ ଏନଜିଓ ହଲରେ ଆୟୋଜିତ ସାଧାରଣ ସଭାରେ ଜିଲ୍ଲା ସମ୍ପାଦକ ଚିତ୍ରସେନ ଦଳାଇ ରାଜ୍ୟର ରଙ୍ଗତୁଳୀ କଳାକାରଙ୍କର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ରଙ୍ଗତୁଳୀ କଳାକାର ଉପସ୍ଥିତ ରହିଥିଲେ ।

ଦିଲ୍ଲୀ ସତ୍ୟାଗ୍ରହରେ ସାମିଲ ହେବେ ରାଜ୍ୟର ରଙ୍ଗତୂଳୀ କଳାକାର

ସଙ୍ଘର ରାଜ୍ୟ ସମ୍ପାଦକ ତଥା ଦେଶ କି ବାତ ଫାଉଣ୍ଡେସନର ରାଜ୍ୟ ସଂଯୋଜକ ରଞ୍ଜନ ମିଶ୍ର ସଭାରେ ଯୋଗଦେଇ କେନ୍ଦ୍ର ସରକାର ସମସ୍ତ ରାଷ୍ଟ୍ରାୟତ ଉଦ୍ୟୋଗକୁ କର୍ପୋରେଟ ହାତରେ ଟେକି ଦେଉଥିବା ଅଭିଯୋଗ କରିଛନ୍ତି । ଦେଶର ଯୁବକ ମାନେ ବେରୋଜଗାର ରହିଥିବା ବେଳେ କୋରୋନାରେ ଲକ୍ଷ ଲକ୍ଷ ଯୁବକ ଚାକିରି ହରାଇଲେ । ବର୍ତ୍ତମାନ ଯାହାବି ଚାକିରି ମିଳୁଛି ସେଥିରେ ଛଟେଇର ଭୟ ଲାଗିରହୁଛି ବୋଲି ସେ କହିଛନ୍ତି । ଫ୍ଲେକ୍ସ ଆଳରେ ରଙ୍ଗତୁଳୀ କଳାକାରଙ୍କ କାମ ଛଡ଼ାଇ ନିଆଗଲା । କିଛି କଳାକାର ଗାଡ଼ି ନମ୍ବର ପ୍ଲେଟ କାମ କରି ପରିବାର ଚଳାଉଥିବା ବେଳେ ୧ ଅପ୍ରେଲ ୨୦୧୯ ଠାରୁ ନୂଆ ପରିବହନ ନୀତି ଲାଗୁ ପରେ ସେତକ ବି ହାତରୁ ଚାଲିଗଲା । ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟରେ ସରକାର କର୍ପୋରେଟ ମାନଙ୍କ ସ୍ବାର୍ଥରେ ଛୋଟ ଉଦ୍ୟୋଗ ଉପରେ ଆକ୍ରମଣ କରି ଚାଲିଥିବା ସଙ୍ଘ ଅଭିଯୋଗ କରିଛି । ଏଣୁ ଜିଲ୍ଲାର ଛାତ୍ର, ଯୁବକ, ଶ୍ରମିକ, କୃଷକ, ମହିଳା, ଶିଳ୍ପୀ ଓ କଳାକାର ଆଦି ସମସ୍ତେ ରାଷ୍ଟ୍ରୀୟ ରୋଜଗାର ନିତୀ ପ୍ରଣୟନ ପାଇଁ ୧୬ ଅଗଷ୍ଟ ଦିଲ୍ଲୀ ଜନ୍ତର ମନ୍ତର ଠାରେ ହେବାକୁ ଥିବା ସତ୍ୟାଗ୍ରହରେ ସାମିଲ ହେବାପାଇଁ ସେ ଆହ୍ବାନ ଦେଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details