ବ୍ରହ୍ମପୁର: ବର୍ତ୍ତମାନର କୋରୋନା ସ୍ଥିତି ସମୟରେ ଛାତ୍ରଛାତ୍ରୀମାନେ ଯୁଗ୍ମ ସେମିଷ୍ଟାର ପରୀକ୍ଷାର ଧାର୍ଯ୍ୟ ହୋଇପାରୁ ନଥିବା ବେଳେ ଏହି ପରିସ୍ଥିତିରେ ଶ୍ରେଣୀ ଗୃହରେ ବସି ପରୀକ୍ଷା ଦେବା ସମ୍ଭବପର ନ ଥିବାରୁ ଏହି ପରିପ୍ରେକ୍ଷୀରେ ପରୀକ୍ଷା ବାତିଲ କରାଯାଉ ନଚେତ ଅନଲାଇନରେ ପରୀକ୍ଷାର ବନ୍ଦୋବସ୍ତ କରାଯାଉ ବୋଲି ଦାବି କରାଯାଇଛି ।
ଫାର୍ମାସିର ୨ୟ, ୪ର୍ଥ, ୬ଷ୍ଠ ସେମିଷ୍ଟାର ପରୀକ୍ଷା ନ କରାଯାଇ ପୂର୍ବ ପରୀକ୍ଷାର ମାର୍କକୁ ନେଇ ଚୁଡାନ୍ତ କରାଯାଉ ବୋଲି ଦାବି କରିଛନ୍ତି ଅଲ୍ ଓଡିଶା ବିପିୟୁଟି ଫାର୍ମାସୀ ଛାତ୍ର ସଙ୍ଘ । ନଚେତ୍ ଅନଲାଇନରେ ପରୀକ୍ଷାର ବନ୍ଦୋବସ୍ତ କରାଯାଉ ବୋଲି ଦାବି କରିଛି ସଙ୍ଘ ।