ଓଡିଶା

odisha

ETV Bharat / city

କୃଷକ ସମସ୍ୟା ନେଇ ଗର୍ଜିବ ଅଖିଳ ଭାରତ କିଷାନ ମଜଦୁର ସଙ୍ଘ

ଦେଶରେ ବଢିଚାଲିଛି କୃଷି ସଙ୍କଟ । ଏହାସହ ସରକାରଙ୍କ ନୀତି ଭବିଷ୍ୟତରେ କୃଷକ ଆନ୍ଦୋଳନକୁ ଉସୁକାଉଛି । ଏଭଳି ଗୁରୁତ୍ବପୂର୍ଣ୍ଣ ବିଷୟ ନେଇ ବ୍ରହ୍ମପୁରରେ ଅନୁଷ୍ଠିତ ହେବ ଆଇଏମଏମଏସର ସାଧାରଣ ପରିଷଦ ଅଧିବେଶନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Jul 26, 2019, 3:38 PM IST

ବ୍ରହ୍ମପୁର: ସହରରେ ଅନୁଷ୍ଠିତ ହେବାକୁ ଯାଉଛି ଅଖିଳ ଭାରତ କିଷାନ ମଜଦୁର ସଭାର ସର୍ବଭାରତୀୟ ସାଧାରଣ ପରିଷଦ ଅଧିବେଶନ । ଆସନ୍ତା ଜୁଲାଇ 30 ଓ 31 ଦୁଇ ଦିନ ଧରି ବ୍ରହ୍ମପୁରରେ ଆୟୋଜନ କରିବାକୁ ସ୍ଥିର କରାଯାଇଛି ।

ଏହି ଅଧିବେଶନରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ 2ଶହ ଚାଷୀ ନେତା ଏଠାରେ ଯୋଗଦାନ କରି ଦେଶର କ୍ରମ ବର୍ଦ୍ଧମାନ କୃଷି ସଙ୍କଟ, ସରକାରଙ୍କ ନୀତି ତଥା ଭବିଷ୍ୟତର କୃଷକ ଆନ୍ଦୋଳନ ଭଳି ଗୁରୁତ୍ବପୂର୍ଣ୍ଣ ବିଷୟରେ 2 ଦିନ ଧରି ଆଲୋଚନା କରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏହି ଜାତୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସହରର ସ୍ଥାନୀୟ ଗଞ୍ଜାମ କଳା ପରିଷଦ ଠାରେ ଏଆଇକେଏମଏସ୍ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀର ସୂଚନା ଦିଆଯାଇଛି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details