ଓଡିଶା

odisha

ଛଟେଇ ଆହାର କେନ୍ଦ୍ର କର୍ମଚାରୀଙ୍କ ଧାରଣା ଚତୁର୍ଥ ଦିନରେ

ବ୍ରହ୍ମପୁର ଛଟେଇ ଆହାର କେନ୍ଦ୍ର କର୍ମଚାରୀଙ୍କ ଅହୋରାତ୍ର ଧାରଣା ଚତୁର୍ଥ ଦିନରେ । ସମସ୍ତ ଆହାର କେନ୍ଦ୍ର କର୍ମଚାରୀଙ୍କୁ ବିନା ନୋଟିସରେ ଛୋଟେଇ ପ୍ରତିବାଦରେ ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ...

By

Published : Nov 24, 2020, 3:03 AM IST

Published : Nov 24, 2020, 3:03 AM IST

ahara employee dharana
ଛଟେଇ ଆହାର କେନ୍ଦ୍ର କର୍ମଚାରୀଙ୍କ ଧାରଣା ଚତୁର୍ଥ ଦିନରେ

ବ୍ରହ୍ମପୁର: ଛଟେଇ ଆହାର କେନ୍ଦ୍ର କର୍ମଚାରୀଙ୍କ ଅହୋରାତ୍ର ଧାରଣା ଚତୁର୍ଥ ଦିନରେ । ସମସ୍ତ ଆହାର କେନ୍ଦ୍ର କର୍ମଚାରୀଙ୍କୁ ବିନା ନୋଟିସରେ ଛୋଟେଇ ପ୍ରତିବାଦରେ ଧାରଣାରେ ବସିଛନ୍ତି ।

ଛଟେଇ ଆହାର କେନ୍ଦ୍ର କର୍ମଚାରୀଙ୍କ ଧାରଣା ଚତୁର୍ଥ ଦିନରେ

ଗତ ୨ ତାରିଖ ଠାରୁ ଛଟେଇ କରାଯିବା ପ୍ରତିବାଦରେ କର୍ମଚାରୀଙ୍କ ବ୍ରହ୍ମପୁର ମହାନଗର କାର୍ଯ୍ୟାଳୟ ସମୁଖରେ ଜାରି ରହିଥିବା ଅହୋରାତ୍ର ଧାରଣା ଚତୁର୍ଥ ଦିନରେ ପହଞ୍ଚିଲାଣି ।ମୁଖ୍ୟତଃ ଦୀର୍ଘ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରି ଆସୁଥିବା ଏହି କର୍ମଚାରୀ ଙ୍କ ସ୍ଥାନରେ ଏହି ସମସ୍ତ କେନ୍ଦ୍ର ଗୁଡିକରେ ଏସ୍.ଏସ୍.ଜି ଗ୍ରୁଫ୍ କୁ ପ୍ରଶାସନ ପକ୍ଷରୁ ଦାୟିତ୍ବ ଦିଆଯିବା ନେଇ ଗତ କିଛି ଦିନ ଧରି ଆନ୍ଦୋଳନ କୁ ଓଲ୍ଲାଇଥିବା କର୍ମଚାରୀ ମାନେ ଶେଷରେ ସହରର ନିଗମ କାର୍ଯ୍ୟାଳୟ ସମୁଖରେ ଜାରି ରଖିଛନ୍ତି ଅହୋରାତ୍ର ଧାରଣା । ଇତି ମଧ୍ୟରେ ଏହି କର୍ମଚାରୀ ମାନେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ଏବଂ ସହରର ଆହାର କେନ୍ଦ୍ର ଦାୟିତ୍ବ ତୁଲାଇ ଆସୁଥିବା ମାନା ଟ୍ରଷ୍ଟ ସମୁଖରେ ଏହି ଧାରଣା ଦେବା ପରେ ଶେଷରେ ଏଭଳି ଆନ୍ଦୋଳନ କରିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ ଆନ୍ଦୋଳନରତ କର୍ମଚାରୀଙ୍କ ସହ ଆଲୋଚନା କରିନଥିବା ବେଳେ ଶୀତ କାକରରେ ଆନ୍ଦୋଳନ ଜାରି ରହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details