ଓଡିଶା

odisha

ETV Bharat / city

ଆଚରଣ ବିଧି ପ୍ରଭାବ: ବ୍ରହ୍ମପୁର ସହରରୁ ହଟିଲା ବ୍ୟାନର ଓ ପୋଷ୍ଟର

ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ଆଦର୍ଶ ଆଚରଣ ବିଧିକୁ କାର୍ଯ୍ୟକାରୀ କରିବା । ଏଥିପାଇଁ ୨୪ଘଣ୍ଟା ମଧ୍ୟରେ ଯେଉଁ ସରକାରୀ ବିଜ୍ଞାପନରେ ନେତା, ମନ୍ତ୍ରୀଙ୍କ ଫଟୋ ଲାଗିଥିଲା, ତାହାକୁ ହଟାଇ ଦିଆଯାଇଛି ।

By

Published : Mar 11, 2019, 8:39 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ବ୍ରହ୍ମପୁର: ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ଆଦର୍ଶ ଆଚରଣ ବିଧିକୁ କାର୍ଯ୍ୟକାରୀ କରିବା । ଏଥିପାଇଁ ୨୪ଘଣ୍ଟା ମଧ୍ୟରେ ଯେଉଁ ସରକାରୀ ବିଜ୍ଞାପନରେ ନେତା, ମନ୍ତ୍ରୀଙ୍କ ଫଟୋ ଲାଗିଥିଲା, ତାହାକୁ ହଟାଇ ଦିଆଯାଇଛି ।

ଏହି କ୍ରମରେ ବ୍ରହ୍ମପୁର ସହରରେ ବିଭିନ୍ନ ସ୍ଥାନରେ ଲାଗିଥିବା ହୋଡ଼ିଂକୁ ହଟାଯାଇଛି । ହୋଡ଼ିଂ, ପୋଷ୍ଟରକୁ ହଟାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍‌ପରତା ପ୍ରକାଶ ପାଇବା ସହ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଜିଲ୍ଲାର ଏମ୍.ସି.ସି କମିଟି ଦାୟିତ୍ୱ ପ୍ରଦାନ କରାଯାଇଛି ।

ଜିଲ୍ଲାରେ ବ୍ରହ୍ମପୁର ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୧୧ରେ ନିର୍ବାଚନ ହେବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ ରେ ଆସିକା ଲୋକସଭା ଆସନ୍ନ ଅନ୍ତର୍ଗତ ସମସ୍ତ ବିଧାନସଭା ଆସନ ପାଇଁ ନିର୍ବାଚନ
ହେବ। ଏହାକୁ ନେଇ ସାରା ଜିଲ୍ଲାର ପୁଲିଙ୍ଗ ବୁଥ ଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକୀୟ ପୁଲିଙ୍ଗ ଅଫିସର ଏବଂ ପ୍ରିଜାଇଡିଂ ଅଫିସର ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଜିଲ୍ଲାରେ ପ୍ରାୟ ୨୮୦୦୦ ସରକାରୀ ଅଧିକାରୀଙ୍କୁ ନିର୍ବାଚନ ଦାୟିତ୍ୱ ପ୍ରଦାନ କରାଯିବର ବ୍ୟବସ୍ଥା କରାଯିବ। ଏହାସହ ମତଦାନ ପାଇଁ ଆସନ୍ତା ୧୫ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ କରାଯିବ ।

ମୋଟ ୩୦୬୩ଟି ବୁଥରେ ମତଦାନ ହେବାକୁ ଥିବାବେଳେ ୪୬୬ଟି ଅତ୍ୟନ୍ତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଜିଲ୍ଲାରେ ପ୍ରାୟ ୪୦ ହଜାର ଦିବ୍ୟାଙ୍ଗ ଭୋଟର ରହିଥିବାରୁ ସେମାନେ କିଭଳି ମତଦାନ କରିବେ, ସେ ନେଇ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।

ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଓ କବିନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିପରି ଗଞ୍ଜାମ ଜିଲ୍ଲାରେ ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ସ୍ବଚ୍ଛ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ , ଇଟିଭି ଭାରତ

ABOUT THE AUTHOR

...view details