ଓଡିଶା

odisha

ETV Bharat / city

ସଟ୍‌ଡାଉନ ପରେ ଗଞ୍ଜାମ ସ୍ବାଭାବିକ, 166 ନୂଆ ଆକ୍ରାନ୍ତ ଚିହ୍ନଟ

ଗତ ଦୁଇ ଦିନର ସଟଡାଉନ ପରେ ସୋମବାର ପୁଣି ଘରୁ ବାହାରିଛନ୍ତି ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାବାସୀ । ହେଲେ କଟକଣା ସତ୍ତ୍ବେ ରବିବାର ରାତ ସୁଦ୍ଧା ଜିଲ୍ଲାରେ 166 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

corona situation in berhampur, corona uodate in ganjam, ganjam latest news, berhampur shutdown, ବ୍ରହ୍ମପୁରରେ କୋରୋନା ସ୍ଥିତି, ବ୍ରହ୍ମପୁରରେ କୋରୋନା ଅପଡେଟ, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍‌, ବ୍ରହ୍ମପୁରରେ ସଟଡାଉନ
ସଟ୍‌ଡାଉନ ପରେ ଗଞ୍ଜାମ ସ୍ବାଭାବିକ, 166 ନୂଆ ଆକ୍ରାନ୍ତ ଚିହ୍ନଟ

By

Published : Jul 6, 2020, 7:23 PM IST

ବ୍ରହ୍ମପୁର: ଗତ ଦୁଇ ଦିନର ସଟଡାଉନ ପରେ ସୋମବାର ପୁଣି ଘରୁ ବାହାରିଛନ୍ତି ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାବାସୀ । ହେଲେ କଟକଣା ସତ୍ତ୍ବେ ରବିବାର ରାତ ସୁଦ୍ଧା ଜିଲ୍ଲାରେ 166 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୋଟ 2348 ଆକ୍ରାନ୍ତ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ 1318 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଚେ 1010ଟି ମାମଲା ଏବେ ବି ସକ୍ରିୟ ରହିଛି ଓ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ସଟ୍‌ଡାଉନ ପରେ ଗଞ୍ଜାମ ସ୍ବାଭାବିକ, 166 ନୂଆ ଆକ୍ରାନ୍ତ ଚିହ୍ନଟ

ବର୍ତ୍ତମାନ ପରିସ୍ଥିତିରେ ସଂକ୍ରମଣରୁ ସୁରକ୍ଷା ପାଇବାକୁ ହେଲେ ମାସ୍କ ବ୍ୟବହାରକୁ ଜିଲ୍ଲାରେ ବାଧ୍ୟତାମୂଳକ କରିବା ସହ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ନଯାଇ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଅପିଲ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କୋରୋନା ସଂକ୍ରମଣରେ 20 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ରହିଥିଲେ 4ଜଣ ଆଗଧାଡିର କୋରୋନା ଯୋଦ୍ଧା । ଏନେଇ ଜିଲ୍ଲା ପ୍ରଶାସନ ସୂଚନା ଦେବା ସହ ଲୋକଙ୍କୁ ସତର୍କ ରହିବା ପାଇଁ ଅନୁରୋଧ କରିଛି ।

ସମସ୍ତ ନିୟମର ପାଳନ କରି ବ୍ୟବସାୟୀମାନେ ଦୋକାନ ବଜାର ଖୋଲିଥିବା ବେଳେ ସେଠାରେ କିପରି ସୁରକ୍ଷା ପଦକ୍ଷେପ କଡାକଡି ହେବ ତା ପ୍ରତି ପ୍ରଶାସନ କଡା ନଜର ରଖିଛି । ଯଦି କୌଣସି ବ୍ୟବସାୟୀ ସରକାରଙ୍କ ନିୟମ ଉଲଙ୍ଘନ କରୁଥିବା ଦେଖାଯାଏ ତେବେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ପଷ୍ଟ କରାଯାଇଛି । ସେପଟେ ସହରରେ ପୂର୍ବରୁ ଘୋଷଣା ହୋଇଥିବା କଣ୍ଟେନମେଣ୍ଟ ଜୋନ ଗୁଡିକରେ ଧିରେ ଧିରେ କଟକଣା କୋହଳ ହେଉଥିବା ଦେଖାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details