ବ୍ରହ୍ମପୁର: ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ବିଲରେ ଫୋପାଡି ଦେଲା ଅଭିଯୁକ୍ତ । ଘଟଣାର ୯ ଦିନ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ପାତ୍ରପଡା ଗ୍ରାମର ଜିତେନ୍ଦ୍ର ଦଳାଇ ଓରଫ ଏମ୍ ଏଲ୍ ଏ ।
ମିଳିଥିବା ସୂଚନା ଅନୁଯାଇ, ଗତ ଅକ୍ଟୋବର ୨୦ ତାରିଖରେ ଗଜପତି ଜିଲ୍ଲାର ଜଣେ ବୃଦ୍ଧା ନିଜ ଝିଅ ସହ ଖମ୍ବାରୀ ଗ୍ରାମକୁ ଆସିଥିଲେ । କିନ୍ତୁ ସନ୍ଧ୍ୟା ହୋଇଯିବାରୁ ସେ ଘରକୁ ଫେରିନପାରି ଗ୍ରାମର ଏକ ଦୋକାନ ଘରେ ରାତ୍ରିଯାପନ କରିଥିଲେ । ଏହାର ସୁଯୋଗ ନେଇ ନିଶାସକ୍ତ ଅବସ୍ଥାରେ ବୃଦ୍ଧାଙ୍କୁ ଏକୁଟିଆ ଶୋଇଥିବା ଦେଖି ଅଭିଯୁକ୍ତ ଜଣଙ୍କ ତାଙ୍କ ହାତଗୋଡ ବାନ୍ଧି ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରି ନିକଟସ୍ଥ ଧାନବିଲରେ ଫୋପାଡି ଦେଇଥିଲା ।