ଓଡିଶା

odisha

ETV Bharat / city

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହ ମିଶିଲା ଖଲିକୋଟ ବିଶ୍ବବିଦ୍ୟାଳୟ, ନିଷ୍ପତ୍ତିକୁ ଏବିଭିପିର ନିନ୍ଦା - Khalikot Research University's join to Berhampur University

ଖଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟକୁ ନେଇ ସରକାରଙ୍କ ବାରମ୍ବାର ନିଷ୍ପତ୍ତି ପରିବର୍ତ୍ତନକୁ ନେଇ ନିନ୍ଦା କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଅଧିକ ପଢନ୍ତୁ...

ଖଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟକୁ  ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସାମିଲ ନିଷ୍ପତ୍ତିକୁ ଏବିଭିପିର ନିନ୍ଦା
ଖଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସାମିଲ ନିଷ୍ପତ୍ତିକୁ ଏବିଭିପିର ନିନ୍ଦା

By

Published : May 19, 2021, 10:57 AM IST

ବ୍ରହ୍ମପୁର: ଖଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟକୁ ନେଇ ସରକାରଙ୍କ ବାରମ୍ବାର ନିଷ୍ପତ୍ତି ପରିବର୍ତ୍ତନକୁ ନେଇ ନିନ୍ଦା କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ବିହୀନ ଖଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟକୁ ନେଇ ବାରମ୍ବାର ବିଭିନ୍ନ ନିୟମ ବଦଳା ଯାଉଥିବା ପଦକ୍ଷେପ, ଶିକ୍ଷା ବ୍ୟବସ୍ଥା ପାଇଁ ଏକ ନିନ୍ଦନୀୟ ବିଷୟ ବୋଲି ଏବିଭିପି ପକ୍ଷରୁ ଏ ନେଇ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି l

ଖଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସାମିଲ ନିଷ୍ପତ୍ତିକୁ ଏବିଭିପିର ନିନ୍ଦା

କୌଣସି ପ୍ରକାରର ନିଜସ୍ବ ଭିତିଭୂମି ନଥାଇ, କୌଣସି ଆଗାମୀ ଯୋଜନା ପ୍ରସ୍ତୁତ ନକରି ତରବରିଆ ଭାବରେ ସହର ଉପକଣ୍ଠ କନିଷୀଠାରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ସ୍ଥାପନା କରିବା, ଓ ଅଧ୍ୟାପକ ଓ ଛାତ୍ରଛାତ୍ରୀ ପର୍ଯ୍ୟାପ୍ତ ପରିମାଣରେ ନଥିବା ସତ୍ବେ ପରବର୍ତ୍ତୀ ସମୟରେ ଏହାକୁ ଗବେଷଣା ଭିତ୍ତିକ ବିଶ୍ବବିଦ୍ୟାଳୟ ନାମରେ ନାମିତ କରିବା, ସରକାରଙ୍କ ଶିକ୍ଷା ପ୍ରତି ବାଚଳାମି ସ୍ପଷ୍ଟ ଭାବେ ବାରୀ ହେଉଛି l ବର୍ତ୍ତମାନ ପୁନଶ୍ଚ ରାଜ୍ୟସରକାର ତରବରିଆ ଭାବେ ଖଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନକୁ ଆଣିବା ସହିତ ସେଠାକାର ଅଧ୍ୟାପକ, ଅଣଅଧ୍ୟାପକ ଏବଂ ବିଶ୍ବବିଦ୍ୟାଳୟ ପାଇଁ ଅନୁମୋଦିତ ଜମିକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି l ଖଲିକୋଟ ବିଶ୍ବବିଦ୍ୟାଳୟକୁ ଗବେଷଣା ବିଶ୍ବବିଦ୍ୟାଳୟର ଆଖ୍ୟା ପ୍ରଦାନ କରିବା ପଛରେ କଣ ଯୋଜନା ଥିଲା ଏବଂ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହିତ ମିଶେଇବା ଦ୍ବାରା ଗବେଷଣା କ୍ଷେତ୍ରରେ ଯେଉଁ ଅସୁବିଧା ସୃଷ୍ଟି ହେବ, ତାହାର ସମାଧାନ ପାଇଁ କଣ ଯୋଜନା କରିଛନ୍ତି, ତାହା ରଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଏବିଭିପି ଦାବୀ କରିଛି l

ଖଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସାମିଲ ନିଷ୍ପତ୍ତିକୁ ଏବିଭିପିର ନିନ୍ଦା

ନିକଟ ଅତୀତରେ ଖଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ପର୍ଯ୍ୟପ୍ତ ଭିତ୍ତିଭୂମି ନଥିବା ସତ୍ବେ ଏହାକୁ ରାଜ୍ୟସରକାର ଏକକ ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଛନ୍ତି l ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଜ୍ୟସରକାରଙ୍କ ନିକଟରେ ଦାବୀ କରୁଛି ଯେ, ଖଲିକୋଟ ଏକକ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ପ୍ରତିଷ୍ଠା ନିମନ୍ତେ କନିଷୀ ସ୍ଥିତ ଖଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟର ଅନୁମୋଦିତ ଜମିକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିବର୍ତ୍ତେ ଖଲିକୋଟ ଏକକ ବିଶ୍ବବିଦ୍ୟାଳୟକୁ ପ୍ରଦାନ କରାଯାଉ l

ଏଥିସହିତ ରାଜ୍ୟସରକାର ଗଞ୍ଜାମ ସ୍ଥିତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ଖଲିକୋଟ ଏକକ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ସ୍ଥାପନା, ଅଧ୍ୟାପକ ନିଯୁକ୍ତି ଓ ଉଚିତ ଶୈକ୍ଷିକ ବାତାବରଣ ପ୍ରତିଷ୍ଠା ନିମନ୍ତେ ଧ୍ୟାନ ଦେବା ସହିତ ପରବର୍ତ୍ତୀ ସମୟରେ ଦୂରଦୃଷ୍ଟି ନଥାଇ ରାଜନୀତି ଉଦ୍ଦେଶ୍ୟରେ ଶିକ୍ଷା କ୍ଷେତ୍ରକୁ କେବଳ ଘୋଷଣାରେ ସୀମିତ ନ ରଖନ୍ତୁ ବୋଲି ଏବିଭିପିର ନଗର ସମ୍ପାଦକ ଦେବାଶିଷ ସାହୁ ଦାବୀ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details