ଓଡିଶା

odisha

ETV Bharat / city

ଭାରତ-ଚୀନ ସଙ୍ଘର୍ଷ ପରେ ଏବିଭିପି ପକ୍ଷରୁ ଚୀନ ସାମଗ୍ରୀ ବର୍ଜନ ପାଇଁ ଆହ୍ବାନ - ଏବିଭିପି ପକ୍ଷରୁ ଚୀନ ସାମଗ୍ରୀ ବର୍ଜନ ପାଇଁ ଆହ୍ବାନ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପକ୍ଷରୁ ବ୍ରହ୍ମପୁର ସହରରେ ଚୀନ ସାମଗ୍ରୀ ବର୍ଜନ କରିବା ପାଇଁ ଆହ୍ବାନ କରି ବିକ୍ଷୋଭ କରାଯାଇଛି ।

abvp-calls-for-a-boycott-of-chinese-goods-after-the-india-china-conflict
ଭାରତ-ଚୀନ ସଙ୍ଘର୍ଷ ପରେ ଏବିଭିପି ପକ୍ଷରୁ ଚୀନ ସାମଗ୍ରୀ ବର୍ଜନ ପାଇଁ ଆହ୍ବାନ

By

Published : Jun 17, 2020, 9:10 PM IST

ବ୍ରହ୍ମପୁର: ଭାରତ-ଚୀନ ସଙ୍ଘର୍ଷ ପରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପକ୍ଷରୁ ବ୍ରହ୍ମପୁର ସହରରେ ଚୀନ ସାମଗ୍ରୀ ବର୍ଜନ କରିବା ପାଇଁ ଆହ୍ବାନ କରି ବିକ୍ଷୋଭ କରାଯାଇଛି । ସାରା ବିଶ୍ବରେ ଚୀନର କୋରୋନା ଭୁତାଣୁ ଦ୍ବାରା ଆତଙ୍କିତ ହୋଇଥିବା ବେଳେ ଚୀନର ସୈନିକ ଭାରତର ଲଦାଖ ସ୍ଥିତ ଗଲୱାନ ଭ୍ୟାଲି ଠାରେ ସୈନ୍ୟ ମୁତୟନ କରି ବାରମ୍ବାର ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଛି ।

ଭାରତ-ଚୀନ ସଙ୍ଘର୍ଷ ପରେ ଏବିଭିପି ପକ୍ଷରୁ ଚୀନ ସାମଗ୍ରୀ ବର୍ଜନ ପାଇଁ ଆହ୍ବାନ

ଗତକାଲି ସୀମାରେ ସଙ୍ଘର୍ଷ ଉଗ୍ର ରୂପ ନେଇଥିବା ବେଳେ ଆମ ଦେଶର ୨୦ ଜଣ ବୀର ସୈନିକ ଶହୀଦ ହୋଇଛନ୍ତି । ଗୋଟିଏ ପଟେ ଚୀନ ପ୍ରତ୍ୟକ୍ଷରେ ଭାରତ ସହ ଆଲୋଚନା କରୁଥିବା ବେଳେ ପରୋକ୍ଷରେ ଆକ୍ରମଣ କରି ତାର ଦୋମୁହା ନୀତି ପଦାରେ ପଡିଥିବା ନେଇ ଏବିଭିପି ପକ୍ଷରୁ ଆୟୋଜିତ ବିକ୍ଷୋଭରେ ସମାଲୋଚନା କରାଯାଇଛି । ସହରର ଖଲ୍ଲିକୋଟ କଲେଜ ସମୁଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରବାସୀ ଏଭଳି ପରିସ୍ଥିତିରେ ଚାଇନା ସାମଗ୍ରୀକୁ ସମସ୍ତେ ବର୍ଜନ କରିବା ପାଇଁ ଆହ୍ବାନ କରାଯାଇଛି । ସମସ୍ତ ଭାରତୀୟ ଏଭଳି ପଦକ୍ଷେପ ନେଲେ ନିଶ୍ଚିତ ରୂପେ ଏହାର ପ୍ରଭାବ ପକାଇବ ବୋଲି କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details