ବ୍ରହ୍ମପୁର:ଓଡିଶା ଫେରିଲେ ପ୍ରବାସୀ ଓଡିଆ । ଲକଡାଉନ ଯୋଗୁଁ କେରଳ ଫସି ରହିଥିବାବେଳେ ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ଏମାନଙ୍କୁ ଫେରାଇ ଅଣାଯାଇଛି । କେରଳରୁ ବାହାରିଥିବା ପ୍ରଥମ ଟ୍ରେନ ଆଜି ଭୋର 5ଟା ସମୟରେ ଟ୍ରେନଟି ବ୍ରହ୍ମପୁର ସ୍ଥିତି ଜଗନ୍ନାଥପୁର ଷ୍ଟେସନ ପହଞ୍ଚିଥିଲେ ।
ଫେରିଲେ ପ୍ରବାସୀ ଶ୍ରମିକ, ଜଗଦଲପୁର ଷ୍ଟେସନରେ ଓହ୍ଲାଇଲେ 500ଊର୍ଦ୍ଧ୍ବ - ଫେରିଲେ ପ୍ରବାସୀ ଶ୍ରମିକ
07:27 May 03
ଗଞ୍ଜାମର ଜଗଦଲପୁର ଷ୍ଟେସନରେ ପହଞ୍ଚିଲେ 500ରୁ ଊର୍ଦ୍ଧ୍ବ ଶ୍ରମିକ ।
ଏର୍ଣ୍ଣାକୁଲମ୍-ଭୁବନେଶ୍ୱର ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ 511 ପ୍ରବାସୀ ଓଡିଆ ଆସିଥିଲେ । ଗଞ୍ଜାମ ଜିଲ୍ଲାର 131, କନ୍ଧମାଳ ଜିଲ୍ଲାର 353, ବୌଦ୍ଧର 6, ରାୟଗଡାର 17, କୋରାପୁଟର ଜଣେ ଓ ନବରଙ୍ଗପୁରର 3 ପ୍ରବାସୀ ଓଡିଶାରେ ଆସି ପହଞ୍ଚିଛି । ଏହା ପରେ ଷ୍ଟେସନରେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ଖାଦ୍ୟ ପୁଡିଆ ଦେଇ ସ୍ବତନ୍ତ୍ର ବସରେ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଛି । ସମସ୍ତ ଶ୍ରମିକ ନିଜ ନିଜ ଜିଲ୍ଲାର ବିଭିନ୍ନ କ୍ବାରେଣ୍ଟାଇନ ସେଣ୍ଟରରେ 14 ଦିନ ରହିବେ ।
ଏହି ସମୟରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି. ମାଥିଭାତନନ ଷ୍ଟେନରେ ପହଞ୍ଚିଥିଲେ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ , ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , ମହାନଗର ନିଗମ କମିଶନର ଚକ୍ରୱତି ସିଂ ରାଠୋରଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିବା ପାଇଁ ପ୍ରାୟ ୬ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଏହାସହ ଆରପିଏଫର କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ