ଓଡିଶା

odisha

ETV Bharat / city

ଆଗାମୀ ଦିନରେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ: ପ୍ରଦୀପ ପାଣିଗ୍ରାହୀ - ପ୍ରଦୀପ ପାଣିଗ୍ରାହୀ

ରାଜ୍ୟରେ ଆଗାମୀ ଦିନରେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ । ଏହିପରି କିଛି ପ୍ରତିକ୍ରିୟା ରଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଅଧିକ ପଢନ୍ତୁ

ଆଗାମୀ ଦିନରେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ
ଆଗାମୀ ଦିନରେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ

By

Published : Sep 28, 2022, 1:12 PM IST

ବ୍ରହ୍ମପୁର: ରାଜ୍ୟରେ ମହିଳା ସଶକ୍ତିକରଣ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି ସରକାର । ମହିଳାଙ୍କ ସୁରକ୍ଷା କଥା କୁହାଯାଉଛି । ତେବେ ରାଜ୍ୟରେ ଆଗାମୀ ଦିନରେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ । ଏହିପରି କିଛି ପ୍ରତିକ୍ରିୟା ରଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ । ଏକ ପଦଯାତ୍ରାରେ ଯୋଗ ଦେବା ସହିତ ଆୟୋଜିତ ଏକ ସାଧାରଣ ସଭାରେ ଏପରି କହିଛନ୍ତି ପ୍ରଦୀପ।

ଆଗାମୀ ଦିନରେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ

‘‘ଓଡିଶାରେ ମହିଳାଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ତିନୋଟି ପ୍ରମୁଖ ଦଳ ଏପରି ନିଷ୍ପତ୍ତି ନିଅନ୍ତୁ । ଯାହାକି ମହିଳାମାନେ ତାଙ୍କ ମନର କଥା ଜଣେ ମହିଳାଙ୍କ ନେତୃତ୍ବ ଜରିଆରେ କହି ପାରିବେ’’ ବୋଲି ଗଣମାଧ୍ୟମକୁ କହିଛନ୍ତି ପ୍ରଦୀପ । ‘‘ଅନେକ ଦେଶରେ ମହିଳା ପ୍ରଧାନମନ୍ତ୍ରୀ ରହିଛନ୍ତି । ଆମ ଦେଶର ରାଷ୍ଟ୍ରପତି ଜଣେ ମହିଳା । ବର୍ତ୍ତମାନ ମହିଳାମାନଙ୍କ ଯୁଗ । ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେଉଛନ୍ତି । ବିଜୁ ପଟ୍ଟନାୟକ ମଧ୍ୟ ମହିଳାଙ୍କୁ ଗୁରୁତ୍ବ ଦେଉଥିଲେ । 2024ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପାଇଁ ମହିଳାଙ୍କୁ ପ୍ରାର୍ଥୀ କରନ୍ତୁ ତିନି ଦଳ ବୋଲି’’ କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

ସେ ଆହୁରି କହିଛନ୍ତି, ''ସାରା ଭାରତବର୍ଷରେ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟରେ ସ୍ଥିତି ଖରାପ । ଏ ଦିଗରୁ ଗୁରୁତ୍ବ ଦେଇ ମହିଳାଙ୍କ ସମସ୍ୟା ଜଣେ ମହିଳା ହିଁ ଭଲରେ ବୁଝି ପାରିବେ । ନନ୍ଦୀନି ଶତପଥୀଙ୍କ ପରେ ଅନ୍ୟ କେଉଁ ମହିଳା ମୁଖ୍ୟମନ୍ତ୍ରୀ ନହେବା ମହିଳାଙ୍କ ପାଇଁ ଯେଉଁ ଆହ୍ବାନ ଦିଆଯାଉଛି ତାହା ପୂରଣ କରିବାରେ ବାଧା ଉପୁଜିଛି । ରାଜ୍ୟବାସୀଙ୍କ ଇଚ୍ଛା ଯେ ଜଣେ ମହିଳାଙ୍କୁ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ କରାଯାଉ।''

ଏହା ବି ପଢନ୍ତୁ...ଖୁବଶୀଘ୍ର ଆସିବ ନୂଆ ଆପାର୍ଟମେଣ୍ଟ ଓନରସିପ୍‌ ଆକ୍ଟ

ସେହିପରି ରାଇଟ୍ ଟୁ ହେଲଥ୍ ବିଷୟରେ କହିବାକୁ ଯାଇ ଦେଶରେ ମହିଳା ମାନଙ୍କ ଯେଉଁ ଅବସ୍ଥା ,ଶିଶୁମାନଙ୍କ ଯେଉଁ ଅବସ୍ଥା ସହିତ ପୋଷ୍ଟ କୋଭିଡ୍-19 ସମୟରେ ପରିବାର ଗୁଡିକ ଯେଉଁ ସ୍ଥିତି ଦେଇ ଗତି କରୁଛନ୍ତି ତାହାକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟ ତଥା କେନ୍ଦ୍ର ସରକାର ଏଥିପ୍ରତି ଅର୍ଥ ଖର୍ଚ୍ଚ କରିବାର ଆବଶ୍ୟକତା ରହିଥିବା କହିଛନ୍ତି । ରାଇଟ୍ ଟୁ ଏଜୁକେସନରେ କେ.ଜି ରୁ ପି.ଜି ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ସରକାର ବହନ କରନ୍ତୁ ବୋଲି କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

ABOUT THE AUTHOR

...view details