ଓଡିଶା

odisha

ETV Bharat / city

ପାଗଳ ବେଶରେ ଶିକ୍ଷକଙ୍କ କୋଭିଡ ସଚେତନତା, ସାଧୁବାଦ ଦେଲେ ଗଣ ଶିକ୍ଷାମନ୍ତ୍ରୀ - Minister of Education praised in a tweet

ପାଗଳ ବେଶରେ ଅଭିନୟ କରି ଜଣେ ଶିକ୍ଷକ ବାଣ୍ଟୁଛନ୍ତି କୋଭିଡ ସଚେତନତା ବାର୍ତ୍ତା । ଯାହାକୁ ଟୁଇଟ୍ କରି ସାଧୁବାଦ ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ । ଅଧିକ ପଢନ୍ତୁ...

ପାଗଳ ବେଶରେ ଶିକ୍ଷକଙ୍କ କୋଭିଡ ସଚେତନତା
ପାଗଳ ବେଶରେ ଶିକ୍ଷକଙ୍କ କୋଭିଡ ସଚେତନତା

By

Published : May 2, 2021, 9:23 AM IST

ବ୍ରହ୍ମପୁର: ଦେଶରେ ମହାମାରୀ ସଂକ୍ରମଣ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଏଭଳି ସ୍ଥିତିରେ ଅଧିକ ସଚେତନ ଓ ସତର୍କ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଉ ଥିବାବେଳେ ଏନେଇ ଲୋକଙ୍କୁ ସଚେତନ କରିବାକୁ ଜଣେ ଶିକ୍ଷକ ଆପଣେଇଛନ୍ତି ଭିନ୍ନ ରାସ୍ତା । ପାଗଳ ବେଶରେ ରାମ ଗୋପାଳ ପାଢ଼ୀ ଅଭିନୟ କରି ବାଣ୍ଟୁଛନ୍ତି କୋଭିଡ ସଚେତନତା ବାର୍ତ୍ତା । ଯାହାକୁ ଟୁଇଟ୍ କରି ସାଧୁବାଦ ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ ।

ଟ୍ବିଟରେ ସାଧୁବାଦ ଦେଲେ ଗଣଶିକ୍ଷାମନ୍ତ୍ରୀ

ପାଗଳ ବେଶରେ ଶିକ୍ଷକ ଦେଉଛନ୍ତି ଅଭିନବ କୋଭିଡ ସଚେତନତା ବାର୍ତ୍ତା । କୋରୋନାର ଦ୍ବିତୀୟ ଲହର ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଏଭଳି ସମୟରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ମହାଦେଇପୁର ଗ୍ରାମର ଶିକ୍ଷକ ରାମ ଗୋପାଳ ପାଢ଼ୀଙ୍କ କୋଭିଡ ସଚେତନତା ବେଶ ମନୋହର ଏବଂ ପ୍ରଶଂସା ସାଉଁଟୁଥିବା ଦେଖାଯାଇଛି ।

ପାଗଳ ବେଶରେ ଶିକ୍ଷକଙ୍କ କୋଭିଡ ସଚେତନତା

ପ୍ରତିଦିନ ନୂଆ ସଂକ୍ରମଣ ଚିହ୍ନଟ ହେବାକୁ ନେଇ ସାଧାରଣରେ ଆତଙ୍କ ବଢ଼ି ଚାଲିଥିବାବେଳେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେବା, ବର୍ତ୍ତମାନ ଜିଲ୍ଲାବାସୀଙ୍କୁ ବେଶ ଆକର୍ଷିତ କରିଛି । ଯାହାକୁ ଜାଣିବା ପରେ ଟୁଇଟ୍ କରି ସାଧୁବାଦ ଜଣାଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ପାଢ଼ୀ ପୂର୍ବରୁ ଏପରି ଅନେକ ଭିଡିଓ ପ୍ରସ୍ତୁତ କରି ସୃଷ୍ଟି କରିଛନ୍ତି ବ୍ୟାପକ ଜନସଚେତନା ।

ତେବେ ଏହିସବୁ ଭିଡିଓ ଖୁବ ଭାଇରଲ ହୋଇଛି । ଚଳିତଥର ନିଜେ ଚିରାଫଠା ପୋଷାକ ପରିଧାନ କରି ଜଣେ ପାଗଳ ବେଶରେ କାନ୍ଧରେ ଅଖା ଓ ମାଟି ହାଣ୍ଡି ଧରି ମାନବ ସମାଜକୁ ସୁଧୁରି ଯିବା ପାଇଁ ଆକୁଳ ନିବେଦନ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details