ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ଅକ୍ଟୋବର 2ରୁ ସାରା ରାଜ୍ୟରେ ଥରେ ବ୍ୟବହାରକାରୀ ପ୍ଲାଷ୍ଟିକ ଉପରେ କଟକଣା ଲଗାଯାଇଛି । ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ବ୍ରହ୍ମପୁର ମହାନଗର ନିଗମ ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଆୟୋଜିତ ହୋଇଥିବା ‘ସ୍ବଚ୍ଛତା ହିଁ ସେବା' ନାମକ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି ।
ସହରରେ ପ୍ଲାଷ୍ଟିକ ବ୍ୟବହାରକୁ ନେଇ ବ୍ୟାପକ ସଚେତନତା ସହ ବ୍ୟବହାର କରୁଥିବା ବ୍ୟବସାୟୀ ମାନେ ଯେପରି ଏଥିରୁ ନୃବୃତ୍ତ ରହିବେ ସେନେଇ ଆହ୍ବାନ କରାଯାଇଥିଲା । ଏହି ଅବସରରେ ସହରର ଷ୍ଟାଡିୟମ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ,ସ୍ଥାନୀୟ ବିଧାୟକ ବିକ୍ରମ କୁମାର ପଣ୍ଡା , ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ , ମହାନଗର ନିଗମ କମିଶନର ଚକ୍ରୱତି ସିଂ ରାଠୋର ସମେତ ମହାନଗର ନିଗମର ଅଧିକାରୀ ଉପସ୍ଥିତ ରହିଥିଲେ ।