ଓଡିଶା

odisha

ETV Bharat / city

ପୁଣି ଅଲୋଡା ହେଲା ନବଜାତକ

ପୁଣି ଅଲୋଡା ହେଲା ନବଜାତକ । କିଆବୁଦା ମୂଳରୁ ହେଲା ଉଦ୍ଧାର । ଅଧିକ ଚିକିତ୍ସା ପାଇଁ ଏମକେସିଜିରେ ଭର୍ତ୍ତି । ଅଧିକ ପଢନ୍ତୁ....

By

Published : Jun 6, 2020, 7:38 AM IST

A newborn child rescue in ganjam district
ପୁଣି ଅଲୋଡା ହେଲା ନବଜାତକ

ବ୍ରହ୍ମପୁର : ପୁଣି ଅଲୋଡା ହେଲା ନବଜାତକ । ଗଞ୍ଜାମରେ ପୁଣି ଏକ ପରିତ୍ୟକ୍ତ ଅଞ୍ଚଳରୁ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଛତ୍ରପୁର ଯୋଶେଫ୍ ଆଇଟିଆଇ ନିକଟସ୍ଥ ଏକ କିଆବୁଦାରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇ ଥିବା ସୂଚନା ମିଳିଛି । ଶିଶୁଟିର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଚାଇଲଡ୍ ଲାଇନକୁ ହସ୍ତାନ୍ତର କରାଯାଇଛି।

ପୁଣି ଅଲୋଡା ହେଲା ନବଜାତକ

ତେବେ ସୂଚନା ଅନୁସାରେ, ପାଲିଆ ଛତ୍ରପୁର ଗାଁର ଦାଶରଥୀଙ୍କ ଝିଅ ଫୁଲ ତୋଳିବାକୁ ଯାଇଥିବାବେଳେ ଶିଶୁର କାନ୍ଦିବାର ଶବ୍ଦ ଶୁଣିଥିଲେ । ପରେ ସେ, ଶିଶୁଟିକୁ ଉଦ୍ଧାର କରି ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଖବର ପାଇ ଛତ୍ରପୁର ସିଡିପିଓ ଘଟଣାସ୍ଥଳରେ ପହଞ୍ଚିଥିଲେ । ଶିଶୁର ସ୍ବାସ୍ଥ୍ୟବସ୍ଥା ଡାକ୍ତରଙ୍କ ଠାରୁ ପଚାରି ବୁଝିବା ପରେ ସିଡବ୍ଲୁସିକୁ ଖବର ଦିଆଯାଇଥିଲା ।

ଅନ୍ୟପଟେ ଚାଇଲଡ୍ ଲାଇନର ସଦସ୍ୟ ଏବଂ ଶିଶୁ ସୁରକ୍ଷା ୟୁନିଟର ସଂଯୋଜକ ପହଞ୍ଚି ଉଦ୍ଧାର ହୋଇଥିବା ଶିଶୁକୁ ହସ୍ତାନ୍ତର କରାଯିବା ପରେ ଉତ୍ତମ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜିକୁ ପଠାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

ABOUT THE AUTHOR

...view details