ଓଡିଶା

odisha

ETV Bharat / city

କୋରୋନା ସମ୍ପର୍କିତ ମିଥ୍ୟା ଖବର ପ୍ରଚାର ଅଭିଯୋଗରେ ଜଣେ ଗିରଫ - A man has been arrested for roomer of corona

କୋରୋନାକୁ ନେଇ ମିଥ୍ୟା ପ୍ରଚାର କରୁଥିବା ବ୍ୟକ୍ତିଙ୍କ ଉପରେ ନିଆଯାଉଛି କଡା କାର୍ଯ୍ୟାନୁଷ୍ଠାନ । ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଛତ୍ରପୁର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ସମ୍ପର୍କିତ ମିଥ୍ୟା ଖବର ପ୍ରଚାର ଅଭିଯୋଗରେ ଜଣେ ଗିରଫ
କୋରୋନା ସମ୍ପର୍କିତ ମିଥ୍ୟା ଖବର ପ୍ରଚାର ଅଭିଯୋଗରେ ଜଣେ ଗିରଫ

By

Published : Mar 24, 2020, 5:28 PM IST

Updated : Mar 24, 2020, 6:58 PM IST

ବ୍ରହ୍ମପୁର: କୋରୋନା ସମ୍ପର୍କିତ ମିଥ୍ୟା ଖବର ପ୍ରଚାରିତ କରିବା ଅଭିଯୋଗରେ ଗଞ୍ଜାମ ଜିଲା ଛତ୍ରପୁର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଜଣକ ଆର୍ଯ୍ୟପଲ୍ଲୀ ଅଞ୍ଚଳର ଯୁବକ ଏରେୟା ବୋଲି କୁହାଯାଉଛି । ଏନେଇ ଛତ୍ରପୁର ପୋଲିସ ଏକ ସାମ୍ୱାଦିକ ସମ୍ମିଳନୀରେ ଏସଡିପିଓ ଗୌତମ କିଷାନ ସୂଚନା ଦେଇଛନ୍ତି ।

କୋରୋନା ସମ୍ପର୍କିତ ମିଥ୍ୟା ଖବର ପ୍ରଚାର ଅଭିଯୋଗରେ ଜଣେ ଗିରଫ

ଗଞ୍ଜାମ ଜିଲାର ଛତ୍ରପୁର ଅଞ୍ଚଳରେ କୋରୋନାକୁ ନେଇ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ପୋଲିସ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୂଚନା ଅନୁଯାୟୀ କିଛି ଦିନ ତଳେ ଛତ୍ରପୁର ଅଞ୍ଚଳର ଜଣେ ଲୋକ ବିଦେଶରୁ ଫେରିବା ପରେ ସେ ମେଡିକାଲ ଟେଷ୍ଟ କରିବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ମେଡିକାଲ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଗିରଫ ଯୁବକ ଜଣକ ତାଙ୍କୁ କୋରୋନା ପଜେଟିଭ୍ ରହିଥିବା ନେଇ ମିଥ୍ୟା ଖବର ଚାରି ସୋସିଆଲ ମିଡ଼ିଆରେ ପ୍ରଚାର କରିଥିଲେ। ଏହାପରେ ଥାନାରେ ୭୭/୨୦ରେ ଏକ ମାମଲା ରୁଜୁ ହୋଇ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ଯେଉଁମାନେ କୋରୋନାକୁ ନେଇ ମିଥ୍ୟା ଗୁଜବ କରିବେ ସେମାନଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଅନ୍ୟପଟେ ବ୍ରହ୍ମପୁର ସହରରେ ସରକାରଙ୍କ ଲକ୍‌ଡାଉନ୍ ସମୟରେ ଏହାକୁ ଉଲ୍ଲଙ୍ଘନ କରି ଚାରୋଟି ମାମଲା ରୁଜ ହୋଇଥିବା ବେଳେ ମୋଟ ୪୨ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 24, 2020, 6:58 PM IST

ABOUT THE AUTHOR

...view details