ଓଡିଶା

odisha

ETV Bharat / city

ବ୍ରହ୍ମପୁରରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ମହିଳା ଗିରଫ

ବ୍ରହ୍ମପୁରରେ ବିପୁଳ ପରିମାଣର ବିଦେଶୀ ମଦକୁ ଘରେ ରଖି ଚୋରାରେ ବିକ୍ରି କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଲକଡାଉନ ବେଳେ ମଦ ବିକ୍ରି ବନ୍ଦ ଥିବା ବେଳେ ଏପରି ଚୋରା ବ୍ୟବସାୟ ଉପରେ ପୋଲିସ ଓ ଅବକାରୀ ବିଭାଗର ନଜର ରହିଛି । ତେବେ ଆଜିର ଏହି ଚଢ଼ାଉ କରିଥିବା ଅବକାରୀ ବିଭାଗ ଅଧିକାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

-berhampur
ବ୍ରହ୍ମପୁରରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ

By

Published : Apr 20, 2020, 4:34 PM IST

ବ୍ରହ୍ମପୁର: କୋରୋନାକୁ ନେଇ ଜାରି ରହିଛି ଲକଡାଉନ । ଏଭଳି ସମୟରେ ରାଜ୍ୟର ସମସ୍ତ ସରକାରୀ ମଦ ଦୋକାନ ସିଲ କରାଯାଇଛି । ଚୋରା ମଦ କାରବାର ବନ୍ଦ କରିବା ସହ ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ କରାଯାଉଛି । ଏହା ସହ ଜିଲ୍ଲାପାଳ ମାଜିଷ୍ଟ୍ରେଟ ମାନଙ୍କୁ ନେଇ ଚଢ଼ାଉ କରିବାକୁ ପରାମର୍ଶ ଦେଇଛନ୍ତି ।

ବ୍ରହ୍ମପୁରରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ

ହେଲେ ଏଭଳି ସମୟରେ ପୋଲିସ ଓ ଅବକାରୀ ବିଭାଗକୁ ଚକମ୍ମା ଦେଖାଇ ଚାଲିଛି ମଦ ବ୍ୟବସାୟ । ସୋମବାର ବ୍ରହ୍ମପୁର ସହରର ଆନନ୍ଦ ନଗର ସାହିରେ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଅବକାରୀ ବିଭାଗର ମୋବାଇଲ ଏବଂ ସଦର ଟିମ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିଛି । ଏହାସହ ବିପୁଳ ପରିମାଣର ବିଦେଶୀ ମଦକୁ ଘରେ ରଖି ଚୋରାରେ ବିକ୍ରି କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି ।

ବ୍ରହ୍ମପୁରରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ

ତେବେ ଦେଶରେ ଚାଲିଥିବା ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ୍ ସମୟରେ ସରକାରଙ୍କ ପକ୍ଷରୁ ମଦ ବିକ୍ରି ବନ୍ଦ ରହିଥିବାରୁ ଆଗକୁ ଏଭଳି ମିଳିତ ଚଢାଉ ଜାରି ରହିବ ବୋଲି ସୂଚନା ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details