ଓଡିଶା

odisha

ETV Bharat / city

'ଗାଁ ପୁଅକୁ ଗାଁ ରେ କାମ ମିଳୁ' - candidate

''ଦିଗପହଣ୍ଡି ମାଟି ହେଉଛି ପବିତ୍ର ମାଟି । ଏ ମାଟିରେ ଭରି ରହିଛି ଖଣିଜ ସମ୍ପଦ, କିନ୍ତୁ ଏହି ମାଟିର ପୁଅ ବାହାରକୁ ଦାଦନ ଖଟି ଯାଉଛି । ମୁଁ କ୍ଷମତାକୁ ଆସିଲେ ପ୍ରଥମେ ଗାଁ ପୁଅକୁ ଗାଁରେ କାମ ଦେବି । ତେବେ ଇଟିଭି ଭାରତର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇ ଏପରି କହିଛନ୍ତି ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ପିଙ୍କି ପ୍ରଧାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

By

Published : Apr 10, 2019, 11:22 AM IST

ବ୍ରହ୍ମପୁର: ଆନ୍ନାଙ୍କ ସହ ଲଢିବେ 'ଦିଗପହଣ୍ଡିର ବୋହୂ' । ଜଣେ ପୋଖତ ଟାଣୁଆ ନେତାକୁ ଆଉ ଜଣେ ଜଣାଶୁଣା ଅଭିନେତ୍ରୀ । ତେବେ ବିଗତ 18 ବର୍ଷ ଧରି ଶାସନକାଳ ସମ୍ଭାଳୁଥିବା ବିଜେଡିର ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ବିଜେପିରୁ ଅଣ୍ଟା ଭିଡିଥିବା ପିଙ୍କି ପ୍ରଧାନଙ୍କ ହେବ କଡା ମୁକାବିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ହେଉଛି ପ୍ରଥମ ପର୍ଯ୍ୟାୟ ମତଦାନ । ଚଳିତ ସାଧାରଣ ନିର୍ବାଚନରେ ଅଭିନେତ୍ରୀ ପିଙ୍କିଙ୍କୁ ଭାରତୀୟ ଜନତା ପାର୍ଟି ଟିକେଟ ଦେଇଥିବା ବେଳେ ବିପକ୍ଷରେ ଲଢୁଛନ୍ତି ପୁରୁଖା ରାଜନେତା ତଥା ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ତେବେ ସୂର୍ଯ୍ୟଙ୍କୁ ଛାଡି କଂଗ୍ରେସରୁ ସ୍ଥାନୀୟ ନେତା ପ୍ରଫୁଲ ପଣ୍ଡା ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ମୋଟ ଛଅ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓଲ୍ଲାଇଛନ୍ତି ।

ଅଧିକ ପଢନ୍ତୁ: ଆଜି ସୁନ୍ଦରଗଡରେ ପ୍ରଚାର କରିବେ ନବୀନ

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ପିଙ୍କି ଯଦି ବିଧାୟିକା ଭାବରେ ବିଜୟୀ ହୁଅନ୍ତି ତେବେ ଏହି ବିଧାନସଭା ଆସନର ସର୍ବାଙ୍ଗୀନ ବିକାଶ କରିବେ । ଏହାସହ ଦୁର୍ନୀତିଗ୍ରସ୍ତ ରାଜନେତାଙ୍କ ମୁଖା ଖୋଲି ସେମାନଙ୍କୁ ଜେଲ ପଠାଇବେ ବୋଲି କହିଛନ୍ତି ।

ଗଞ୍ଜାମ ଜିଲ୍ଲା ହେଉଛି ଶାସକ ବିଜେଡିର ଗଡ଼। ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା । ଏହି ଜିଲ୍ଲାରୁ ସର୍ବାଧିକ ସଂଖ୍ୟକ ବିଜେଡ଼ି ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ବିଜେପିରୁ ଯଦି ପିଙ୍କି ବିଧାୟିକା ହୁଅନ୍ତି ଦିଗପହଣ୍ଡିବାସୀଙ୍କ କେଉଁ ପ୍ରକାର ଉନ୍ନତୀ ହେବ ତାହା ଦେଖିବାକୁ ବାକି ରହିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details