ଓଡିଶା

odisha

ETV Bharat / city

ଗଞ୍ଜାମ ଲୋକକଳା ମହୋତ୍ସବ: ମନ ମୋହିଲା ଆସ୍ଥା ଗିଲଙ୍କ ଗୀତ - ଲୋକକଳା ମହୋତ୍ସବରେ ଆସ୍ଥା ଗିଲଙ୍କ ସଂଗୀତ ପରିବେଷଣ

ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରଠାରେ ଚାଲିଥିବା ଲୋକକଳା ମହୋତ୍ସବର ଶନିବାର ଥିଲା ଚତୁର୍ଥ ସନ୍ଧ୍ୟା । କଳାକାରଙ୍କ ନୃତ୍ୟ ପରିବେଷଣ ଏବଂ ଆସ୍ଥା ଗିଲଙ୍କ ଗୀତ ଦର୍ଶକଙ୍କୁ ମୋହିଥିଲା । ସେପଟେ ଦ୍ବିତୀୟ ଲୋକକଳା ମହୋତ୍ସବ ୨୦୧୯ ର ଅନ୍ୟତମ ଆକର୍ଷଣ ଓରମାସ ପକ୍ଷରୁ ଆୟୋଜିତ ହୋଇଥିବା ପଲ୍ଲିଶ୍ରୀ ମେଳା ।

4th day of Loka kala mahotsav in ganjam
ଗଞ୍ଜାମ ଲୋକକଳା ମହୋତ୍ସବ: ଆସ୍ଥା ଗିଲଙ୍କ ଗୀତ ଦର୍ଶକଙ୍କ ମନ ମୋହିଲା

By

Published : Dec 8, 2019, 1:15 PM IST

Updated : Dec 8, 2019, 3:14 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରଠାରେ ଚାଲିଥିବା ଲୋକକଳା ମହୋତ୍ସବର ଚତୁର୍ଥ ସନ୍ଧ୍ୟା ରହିଥିଲା ବେଶ ଆକର୍ଷଣୀୟ । ପାରମ୍ପାରିକ ଲୋକନୃତ୍ୟ ସାଙ୍ଗକୁ ସ୍ଥାନୀୟ କଳାକାରଙ୍କ ନୃତ୍ୟ ପରିବେଷଣ ଏବଂ ଆସ୍ଥା ଗିଲ୍ ଙ୍କ ଗୀତ ଦର୍ଶକ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ମହୋତ୍ସବର ମଜ୍ଜା ଉଠାଇଥିଲେ ।


ଦ୍ବିତୀୟ ଲୋକକଳା ମହୋତ୍ସବ ୨୦୧୯ ର ଅନ୍ୟତମ ଆକର୍ଷଣ ଓରମାସ ପକ୍ଷରୁ ଆୟୋଜିତ ହୋଇଥିବା ପଲ୍ଲିଶ୍ରୀ ମେଳା । ଗୋଟିଏ ପଟେ ମହୋତ୍ସବର ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମର ମଜ୍ଜା ଓ ଅନ୍ୟପଟେ ରାଜ୍ୟ ତଥା ରାଜ୍ୟ ବାହାରରୁ ଆସିଥିବା ବିଭିନ୍ନ ପ୍ରକାର ସାମଗ୍ରୀକୁ ଗୋଟିଏ ସ୍ଥାନରେ ବିକ୍ରି ହେଉଥିବାରୁ ଏହାକୁ ହାତଛଡା କରିନାହାଁନ୍ତି ଜିଲ୍ଲାବାସୀ । ଚଳିତଥର ଏହି ମେଳାକୁ ରାଜ୍ୟର ସମସ୍ତ ଜିଲ୍ଲାରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଯୋଗଦାନ କରି ବିଭିନ୍ନ ଷ୍ଟଲରେ ନିଜର ବ୍ୟବସାୟ କରିଛନ୍ତି । ଏହାସହ ବିଭିନ୍ନ ରାଜ୍ୟରୁ ଆସିଥିବା ବ୍ୟବସାୟୀଙ୍କ ଭଳିକି ଭଳି ସାମଗ୍ରୀ ବେଶ ଭଲ ବ୍ୟବସାୟ ଜମୁଥିବା ଦେଖାଯାଇଛି ।

ଗଞ୍ଜାମ ଲୋକକଳା ମହୋତ୍ସବ: ଆସ୍ଥା ଗିଲଙ୍କ ଗୀତ ଦର୍ଶକଙ୍କ ମନ ମୋହିଲା


ସେପଟେ ଦର୍ଶକଙ୍କ ମନ ମୋହିଥିଲା ଦେବେନ୍ଦ୍ରନାଥ ଦାଶ ଶର୍ମା ଓ ଗ୍ରୁପଙ୍କ ଦାଶ କାଠିଆ ପରିବେଷଣ । ହିଞ୍ଜିଳିରୁ ଆସିଥିବା କଳାକାରଙ୍କ ଚଢେୟା ନୃତ୍ୟ ଓ କ୍ଲାସିକାଲ ଓଡିଶୀ ମିଳିତ ନୃତ୍ୟ ଗଣେଷ ତାଣ୍ଡବ, ଛତ୍ରପୁର କଳାକାରଙ୍କ ଆଧୁନିକ ନୃତ୍ୟ ସାଙ୍ଗକୁ ବ୍ରହ୍ମପୁରର ସମ୍ବଲପୁରୀ ନୃତ୍ୟୁ ଦର୍ଶକଙ୍କ ମନ ଛୁଇଁଥିଲା । ସେହିପରି ରାଜଧାନୀ ଭୁବନେଶ୍ବରରୁ ଆସିଥିବା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା । ଷ୍ଟେଜ ସୋ ସାଙ୍ଗକୁ ପଲ୍ଲୀଶ୍ରୀ ମେଳା ଜିଲ୍ଲାବାସୀଙ୍କ ପାଇଁ ବେଶ ମନଲୋଭା ଥିଲା । ପଲ୍ଲୀଶ୍ରୀ ମେଳାରେ ମୋଟ ୧୬୦ ଟି ଷ୍ଟଲ ରହିଥିବା ବେଳେ ରାଜ୍ୟର ସମସ୍ତ ଜିଲ୍ଲାରୁ ମିଶନ ଶକ୍ତି ୩୦ ଟି ଷ୍ଟଲ ମହିଳା ସ୍ବୟଂ ସହାୟକ ସଂଙ୍ଘର ସଦସ୍ୟଙ୍କ ସମେତ ରାଜ୍ୟ ବାହାରରୁ ଆସିଥିବା ବିଭିନ୍ନ ଷ୍ଟଲ ସହ ଜିଲ୍ଲା ଷ୍ଟଲରେ ବ୍ୟବସାୟ ଚାଲିଥିବା ଦେଖିବାକୁ ମିଳିଥିଲା ।


ମୁଖ୍ୟତଃ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଆର୍ଥିକ ସ୍ବଚ୍ଛଳତା ବୃଦ୍ଧି କରିବା ସହ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ନିମନ୍ତେ ଏଭଳି ମହୋତ୍ସବ ସମୟରେ ପଲ୍ଲୀଶ୍ରୀ ମେଳା ଆୟୋଜନ କରାଯାଉଥିବା ଦେଖାଯାଇଛି।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 8, 2019, 3:14 PM IST

ABOUT THE AUTHOR

...view details