ଓଡିଶା

odisha

ETV Bharat / city

BeMCର ବିକାଶ ପାଇଁ ୪୬୨ କୋଟି ଟଙ୍କାର ବଜେଟକୁ ଅନୁମୋଦନ - ବ୍ରହ୍ମପୁର ମହାନଗର ନିଗମ ବିକାଶ ପାଇଁ ୪୬୨ କୋଟି ଟଙ୍କାର ବଜେଟ

ବ୍ରହ୍ମପୁର ମହାନଗର ନିଗମ ବିକାଶ ପାଇଁ ୪୬୨ କୋଟି ଟଙ୍କାର ବଜେଟକୁ ମିଳିଛି ନିଗମର ଅନୁମୋଦନ । ଅଧିକ ପଢନ୍ତୁ

BMCର ବିକାଶ ପାଇଁ ୪୬୨ କୋଟି ଟଙ୍କାର ବଜେଟକୁ ଅନୁମୋଦନ
BMCର ବିକାଶ ପାଇଁ ୪୬୨ କୋଟି ଟଙ୍କାର ବଜେଟକୁ ଅନୁମୋଦନ

By

Published : May 14, 2022, 7:48 AM IST

ବ୍ରହ୍ମପୁର:ମହାନଗର ନିଗମ ବିକାଶ ପାଇଁ ୪୬୨ କୋଟି ଟଙ୍କାର ବଜେଟକୁ ମିଳିଛି ନିଗମର ଅନୁମୋଦନ । ୨୦୨୨- ୨୩ ଆର୍ଥିକ ବର୍ଷ ପାଇଁ ବ୍ରହ୍ମପୁର ମହାନଗର ନିଗମରେ(BeMC: Berhampur Municipal Corporation) ଏହି ସ୍ୱତନ୍ତ୍ର ବଜେଟ ନିଗମର ବଜେଟ ଅଧିବେଶନ ନେଇ ଆୟୋଜିତ ବୈଠକରେ ସ୍ଥିର କରାଯାଇଛି । ପୂର୍ବ ବର୍ଷ ବଜେଟ ଅପେକ୍ଷା ଚଳିତଥର ୧୮ ପ୍ରତିଶତ ଅଧିକ ଟଙ୍କା ବଜେଟରେ ରଖାଯାଇଛି । ନିଗମର ମେୟର ସଂଙ୍ଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।

BMCର ବିକାଶ ପାଇଁ ୪୬୨ କୋଟି ଟଙ୍କାର ବଜେଟକୁ ଅନୁମୋଦନ

ମୁଖ୍ୟତଃ ସହରର ସାମୁହିକ ବିକାଶ ପାଇଁ ଗୁରୁତ୍ୱାରୋପ କରାଯିବା ସହିତ ସହରର ଗିରି ମାର୍କେଟର ବିକାଶ ଠାରୁ ଆରମ୍ଭ କରି କ୍ରୀଡାର ଭିତ୍ତିଭୂମୀ ବିକାଶ, ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ପାର୍କ, ମୃତ ପଶୁଙ୍କ ଶବସତ୍କାର ପାଇଁ ବ୍ୟବସ୍ଥା ଭଳି ବିଭିନ୍ନ ବିଷୟକୁ ଏଥିରେ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟତଃ ବ୍ରହ୍ମପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଏହି ମୋଟ ୪୬୨ କୋଟି ୮୪ ଲକ୍ଷ ଟଙ୍କାର ବଜେଟ ମଧ୍ୟରୁ ଶହେ ୫୭ କୋଟି ପଚାଶ ଲକ୍ଷ ଟଙ୍କାକୁ ସ୍ୱତନ୍ତ୍ର ବଜେଟରେ ସ୍ଥାନ ଦିଆଯାଇଛି ।

ମୁଖ୍ୟତଃ ବର୍ଷା ଦିନ ପୂର୍ବରୁ କେଉଁ କେଉଁ କାର୍ଯ୍ୟ କଲେ ସହରବାସୀଙ୍କ ଉନ୍ନତିହୋଇପାରିବ ସେ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ନିଗମର ଏହି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ଡେପୁଟି ମେୟର ଇ.ବିବହେକ ରେଡି, କମିଶନର ସିଦ୍ଧେଶ୍ୱର ବଳୀରାମ ବନ୍ଦୋରଙ୍କ ସମେତ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର, ବିଡିଏର ସଂପାଦକ ଏବଂ ସମସ୍ତ ନବ ନିର୍ବାଚିତ କର୍ପୋରେଟର ମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details