ବ୍ରହ୍ମପୁର: ସହରରେ ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ଅବକାରୀ ବିଭାଗ । ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବାଦପଲ୍ଲୀ ଅଞ୍ଚଳର ମଦନ ମୋହନ ଶବର । ସେ ବ୍ରହ୍ମପୁରର ଆଙ୍କୁଲି ନିଗମ ଅଞ୍ଚଳରେ ରହୁଥିବା ଜଣାପଡିଛି । ଅଭିଯୁକ୍ତ ନିକଟରୁ 45 ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଯାହାର ମୂଲ୍ୟ 4 ଲକ୍ଷ 50 ହଜାର ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଯୁବକଟି ପୁରୀ ଅଞ୍ଚଳରୁ ବ୍ରାଉନସୁଗାର ଆଣି ବ୍ରହ୍ମପୁରରେ ଏହି ବ୍ୟବସାୟ କରୁଥିବା ଜଣାପଡିଛି ।
ଧଳାଜହର କାରବାରରେ ଯୁବକ ଗିରଫ, 45 ଗ୍ରାମ ବ୍ରାଉନସୁଗାର ଜବତ - ବ୍ରହ୍ମପୁର ବ୍ରାଉନସୁଗାର କାରବାର
ବ୍ରହ୍ମପୁର ସହରରେ ବ୍ରାଉନସୁଗାର କାରବାରରେ ଜଣେ ଯୁବକ ଗିରଫ । 45 ଗ୍ରାମ ବ୍ରାଉନସୁଗାର ଜବତ । ଅଧିକ ପଢନ୍ତୁ...
ବ୍ରାଉନସୁଗାର କାରବାରରେ ଯୁବକ ଗିରଫ, 45 ଗ୍ରାମ ବ୍ରାଉନସୁଗାର ଜବତ
ବ୍ରାଉନସୁଗାର କାରବାରରେ ଯୁବକ ଗିରଫ, 45 ଗ୍ରାମ ବ୍ରାଉନସୁଗାର ଜବତ
ସହରରେ ବ୍ରାଉନସୁଗାର କାରବାର ସମ୍ପର୍କରେ ଖବର ପାଇବା ପରେ ଅବକାରୀ ବିଭାଗ ଅଭିଯୁକ୍ତକୁ ଧରିବାକୁ ଏକ ଯୋଜନା କରିଥିଲେ । ଅବକାରୀ ଗୁଇନ୍ଦା ବିଭାଗର ଅଧିକାରୀମାନେ ବ୍ରାଉନସୁଗାର କିଣିବାର ଅଭିନୟ କରି ସହରର ଏମକେସିଜି ମେଡିକାଲ ଖେଳପଡିଆରୁ ସମ୍ପୃକ୍ତ ଯୁବକକୁ ଗିରଫ କରିଛନ୍ତି । ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ