ଓଡିଶା

odisha

ଅଦରକାରୀ ଲୁହାରେ ଆଇଟିଆଇ ଛାତ୍ର ନିର୍ମାଣ କଲେ 30 ଫୁଟ ଉଚ୍ଚ ଭାରତ ମାନଚିତ୍ର

ବ୍ରହ୍ମପୁର ସହରର ସରକାରୀ ଆଇଟିଆଇ ପରିସରରେ ଲୋକାର୍ପିତ ହୋଇଛି 30 ଫୁଟ ଉଚ୍ଚତାର ଭାରତ ମାନଚିତ୍ର । ପ୍ରାୟ 4 ଟନ୍ ଓଜନର ଅଦରକାରୀ ଲୁହାରେ ମାନଚିତ୍ର ହୋଇଛି ପ୍ରସ୍ତୁତ । ଅଧିକ ପଢନ୍ତୁ..

By

Published : Feb 2, 2021, 11:35 AM IST

Published : Feb 2, 2021, 11:35 AM IST

Updated : Feb 2, 2021, 1:45 PM IST

ଭାରତ ମାନଚିତ୍ର
30 ଫୁଟ ଉଚ୍ଚତାର ଭାରତ ମାନଚିତ୍ର ଲୋକାର୍ପିତ

ବ୍ରହ୍ମପୁର: ପ୍ରାୟ 4 ଟନ ଓଜନର ଅଦରକାରୀ ଲୁହାରେ ବ୍ରହ୍ମପୁର ସହରର ସରକାରୀ ଆଇଟିଆଇ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ପ୍ରସ୍ତୁତ କରିଛନ୍ତି 30 ଫୁଟ ଉଚ୍ଚତା ବିଶିଷ୍ଟ ଅତ୍ୟନ୍ତ ଆକର୍ଷଣୀୟ ଭାରତ ମାନଚିତ୍ର । ଯାହାକୁ ଏସିଆର ସର୍ବବୃହତ୍ ସ୍କ୍ରାପ୍ ପାର୍କ ପରିସରରେ ଲୋକାର୍ପିତ କରାଯାଇଛି ।

ଭାରତ ମାନଚିତ୍ର

ଆଇ.ଟି.ଆଇ ପରିସରରେ ଆୟଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ, ବିଭାଗୀୟ ସଚିବ ସଞ୍ଜୟ କୁମାର ସିଂଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ଲୋକାର୍ପଣ କରାଯାଇଛି ।

ଦେଶରେ ଦକ୍ଷତା ଓ ବିକାଶ କ୍ଷେତ୍ରରେ ଏହି ଶିକ୍ଷାନୁଷ୍ଠାନ ଏକ ଉଦାହରଣ ସୃଷ୍ଟି କରିଥିବା ବେଳେ ଏହି ବୃହତ ମାନଚିତ୍ର ସହ ଲୁହାରେ ନିର୍ମିତ ହୋଇଥିବା ମୟୂର ଏବଂ କଲମ ମଧ୍ୟ ଲୋକାର୍ପଣ କରାଯାଇଥିଲା ।

ଲୋକାର୍ପିତ

ଦୀର୍ଘ 25 ଦିନ ଧରି ଅନୁଷ୍ଠାନର ଫିଟର, ୱେଲଡର, ଇଲେଟ୍ରିକାଲ ଓ ପେଣ୍ଟର ବିଭାଗର ବିଦ୍ୟାର୍ଥୀ ମାନେ ପରିଶ୍ରମ କରି ଏଭଳି କାରୁକାର୍ଯ୍ୟ ପ୍ରସ୍ତୁତ କରିବାରେ ସଫଳ ହୋଇଥିବା କୁହାଯାଇଛି । ପୂର୍ବରୁ ଶିକ୍ଷାନୁଷ୍ଠାନର ସ୍କାର୍ପ୍ ପାର୍କରେ ସବୁଠାରୁ ବଡ ଗିଟାର, ଝିଟିପିଟି, ରୋବଟ୍ ଓ ଆଇରନ ମ୍ୟାନ ଭଳି ଅନେକ ପ୍ରକାର କଳାକୃତି କରି ଅନେକ ରେକର୍ଡରେ ସ୍ଥାନ ପାଇଥିବାବେଳେ ଆଗାମୀ ଦିନରେ ଓଡିଶାର ମାନଚିତ୍ରକୁ ମଧ୍ୟ ପ୍ରସ୍ତୁତ କରିବା ସହ ଓଡିଶା ଦିବସରେ ଲୋକାର୍ପିତ କରିବାକୁ ଯୋଜନା ରଖାଯାଇଥିବା କୁହାଯାଇଛି ।

ଦକ୍ଷତା ବିକାଶ କ୍ଷେତ୍ରରେ କିଛି କରି ଦେଖାଇବାର ଇଚ୍ଛା ଏବଂ ଆଗ୍ରହକୁ ନେଇ ବ୍ରହ୍ମପୁର ଆଇଟିଆଇ ବିଦ୍ୟାର୍ଥୀ ଓ ଅନୁଷ୍ଠାନର ତାଲିମଦାତା ଶିକ୍ଷକ ମାନେ ଗୋଟିଏ ପରେ ଗୋଟିଏ ସଫଳତା ପାଉଥିବାବେଳେ ଏଭଳି ଅଦରକାରୀ ଲୁହାରେ 30 ଫୁଟ ଉଚ୍ଚତାର ଭାରତ ମାନଚିତ୍ର ପ୍ରସ୍ତୁତ କରି ଅନେକ ପ୍ରଶଂସା ପାଇଥିବା ଏହି ଅନୁଷ୍ଠାନ ଆଗାମୀ ଦିନରେ ଦେଶର ଏକ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନରେ ପରିଣତ ହେବା ପାଇଁ ଲକ୍ଷ୍ୟ ରଖି କାର୍ଯ୍ୟ ଜାରି ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Feb 2, 2021, 1:45 PM IST

ABOUT THE AUTHOR

...view details