ବ୍ରହ୍ମପୁର: ଗଞ୍ଜେଇ ଚୋରାଚାଲାଣବେଳେ ଅବକାରୀ ବିଭାଗ ହାତରେ ଧରାପଡିଛି ୨୩୦ କେଜି ଗଞ୍ଜେଇ ସମେତ ଜଣେ ଅଭିଯୁକ୍ତ ।ଗଞ୍ଜାମ ଜିଲ୍ଲା ଦେଇ ନିୟମିତ ବ୍ୟବଧାନରେ ବେଆଇନ ଭାବରେ ଅନେକ ଅସାଧୁ ବ୍ୟକ୍ତିବିଶେଷ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ମଧ୍ୟ କାରବାର ଜାରି ରଖିଛନ୍ତି ଚୋରା ଚାଲାଣକାରୀ।
ଏହି ଅବସରରେ ଶନିବାର ଗଞ୍ଜାମ-ଗଜପତି ସୀମାନ୍ତ ଅଞ୍ଚଳରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ଦିଗପହଣ୍ଡି ଅବକାରୀ ବିଭାଗ ଓ ଚିକିଟି ଅବକାରୀ ବିଭାଗର ମିଳିତ ଚଢାଉ କରି ଦିଗପହଣ୍ଡି ଚିକିଟି ମୁଖ୍ୟ ରାସ୍ତାରେ ଏକ ଗଞ୍ଜେଇ ବୋଝେଇ କାର ଜବତ କରାଯାଇଥିବାବେଳେ ଆଠ ଗୋଟି ବସ୍ତାରେ ରହିଥିବା ଗଞ୍ଜେଇର ଓଜନ ୨୩୦ କେଜି ଓ ଏହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡିଛି ।