ବ୍ରହ୍ମପୁର: କୋଭିଡ୍ -19 କୁ ନେଇ ସାରା ବିଶ୍ବ ଏବେ ଚିନ୍ତାରେ । ଏଭଳି ସମୟରେ କୋରୋନା ମୁକାବିଲା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପର ହୋଇ ପଡିଛନ୍ତି । ରାଜ୍ୟ ସରକାର କୋରୋନା ମୁକାବିଲା ଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା ଶିତଳାପଲ୍ଲୀରେ ଏକ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ।
ଗଞ୍ଜାମରେ କାର୍ଯ୍ୟକ୍ଷମ ହେଲା କୋଭିଡ୍-19 ହସ୍ପିଟାଲ, 200 ଶଯ୍ୟା ସହିତ 15 ଆଇସିୟୁ ବ୍ୟବସ୍ଥା 200 ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ 15ଟି ଆଇସିୟୁ ବେଡ୍ ଥିବାବେଳେ ଆଉ 5ଟି ଆଇସିୟୁ ବେଡ୍ 10 ଦିନ ମଧ୍ୟରେ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି । ତେବେ ଏହି ହସ୍ପିଟାଲ ଟାଟା ଗ୍ରୁପ୍ ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଛି ।
ଗଞ୍ଜାମରେ କାର୍ଯ୍ୟକ୍ଷମ ହେଲା କୋଭିଡ୍-19 ହସ୍ପିଟାଲ, 200 ଶଯ୍ୟା ସହିତ 15 ଆଇସିୟୁ ବ୍ୟବସ୍ଥା ଏହି କୋଭିଡ-19 ହସ୍ପିଟାଲରେ ବ୍ରହ୍ମପୁର ଏମ୍କେସିଜିର ଡାକ୍ତର, ନର୍ସ ଓ ଟେକ୍ନିକାଲ ଷ୍ଟାଫ୍ ରୋଗୀ ସେବା କରିବେ। ପ୍ରଥମ ପର୍ଯ୍ୟାୟରେ ଏଠାରେ 16 ଜଣ ଡାକ୍ତର ରହିଥିବାବେଳେ ମୋଟ 70 ଜଣ ନର୍ସ ଏବଂ 70 ଜଣ ସଫେଇ କର୍ମଚାରୀ ରହିଛନ୍ତି ।
ଏମକେସିଜିର ବରିଷ୍ଠ ଚିକିତ୍ସକ ଡାକ୍ତର ଉମା ଶଙ୍କର ମିଶ୍ରଙ୍କୁ ଏହି କୋଭିଡ ହସ୍ପିଟାଲର, ମେଡିକାଲ ଅଫିସର ଇନ୍ଚାର୍ଜ ଦାୟିତ୍ବ ଦିଆଯାଇଥିବାବେଳେ ବ୍ରହ୍ମପୁର ବିଡିଏର ସେକ୍ରେଟାରୀ ସମ୍ବିତ ରାଉତଙ୍କୁ ଏଠାକାର ମୁଖ୍ୟ ପ୍ରଶାସନିକ ଅଧିକାରୀ ଦାୟିତ୍ବ ପ୍ରଦାନ କରାଯାଇଛି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ