ଓଡିଶା

odisha

ETV Bharat / city

ମହଙ୍ଗା ପଡିଲା ଖୋଲାରେ ଶୌଚ: 24 ପରିବାରକୁ ରାସନ ବନ୍ଦ - ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତରେ ଖୋଲାରେ ମଳତ୍ୟାଗ କରୁଥିବା ୨୪ ପରିବାରର ସରପଞ୍ଚ ରାସନ କାର୍ଡ ବନ୍ଦ କରିଦେଇଛନ୍ତି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମହଙ୍ଗା ପଡିଲା ବାହ୍ୟ ମଳତ୍ୟାଗ, 24 ପରିବାରକୁ ରାସନ ବନ୍ଦ

By

Published : Nov 1, 2019, 6:52 PM IST

Updated : Nov 1, 2019, 7:54 PM IST

ବ୍ରହ୍ମପୁର: ବାହାରେ ମଳତ୍ୟାଗ କରିବା ପଡିଲା ମହଙ୍ଗା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତରେ ବାହାରେ ମଳତ୍ୟାଗ କରୁଥିବା ୨୪ଟି ପରିବାରକୁ ସରପଞ୍ଚ ରାସନ କାର୍ଡ ବନ୍ଦ କରିଦେଇଛନ୍ତି। ସେପଟେ ସେହି ପଞ୍ଚାୟତର 300 SHG ସମ୍ପୂର୍ଣ୍ଣ ବାହ୍ୟମଳମୁକ୍ତ ପଞ୍ଚାୟତ ଗଠନ ପାଇଁ ନେଇଛନ୍ତି ନିଆରା ପଦକ୍ଷେପ ।

ସଙ୍ଘର କର୍ମକର୍ତ୍ତାମାନେ ସକାଳ ଓ ସନ୍ଧ୍ୟା ସମୟରେ ମୁଖ୍ୟ ରାସ୍ତାରେ ଜଗି ରହୁଛନ୍ତି । ଏହାସହ ଯେପରି ମଳତ୍ୟାଗ କେହି ନକରିବେ ସେନେଇ ମୁଖ୍ୟ ରାସ୍ତାରେ ତୁଳସୀ ଗଛ, ବେଲ ଗଛ, ଗୋଲାପ ଗଛ ଆଦି ଲଗାଇ ଏହାର ଯତ୍ନ ନେଉଥିବା ଦେଖାଯାଇଛି ।

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସାରା ଜିଲ୍ଲାକୁ ବାହ୍ୟମଳମୁକ୍ତ କରିବା ପାଇଁ ଇତି ମଧ୍ୟରେ ପଞ୍ଚାୟତକୁ ପଞ୍ଚାୟତ ପରିକ୍ରମା କରି ଜିଲ୍ଲାପାଳ ବାହାରେ ମଳତ୍ୟାଗ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଗୋଲାପ ଫୁଲ ବଣ୍ଟନ କରିବା ଠାରୁ ଆରମ୍ଭ କରି ଅନେକ ପଦକ୍ଷେପ ନେଇଥିଲେ । ତେବେ ଗୌତମୀ ପଞ୍ଚାୟତର ମହିଳାମାନଙ୍କ ଏଭଳି ନିଆରା ପଦକ୍ଷେପ ଜିଲ୍ଲାର ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ଏଭଳି ପଦକ୍ଷେପ ଗ୍ରହଣ କରିଥିବା ମହିଳାମାନଙ୍କ ସହ ପଞ୍ଚାୟତରେ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।

ମହଙ୍ଗା ପଡିଲା ବାହ୍ୟ ମଳତ୍ୟାଗ, 24 ପରିବାରକୁ ରାସନ ବନ୍ଦ

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Nov 1, 2019, 7:54 PM IST

ABOUT THE AUTHOR

...view details