ଓଡିଶା

odisha

ETV Bharat / city

ଗଞ୍ଜାମରେ 2 ହୋମଗାର୍ଡ କୋରୋନା ପଜିଟିଭି - ଗଞ୍ଜାମର ହୋମଗାର୍ଡ କୋରୋନା ପଜେଟିଭି

କୋରାନା ସଂକ୍ରମଣ ତାଲିକାର ଶୀର୍ଷରେ ରହିଥିବା ଗଞ୍ଜାମରେ 2 ହୋମଗାର୍ଡ କୋରୋନା ପଜିଟିଭ ଚିହ୍ନଟ । ପ୍ରବାସୀଙ୍କ ଆଗମନ ବେଳେ ଏମାନେ ଷ୍ଟେସନରେ କାର୍ଯ୍ୟରତ ଥିଲେ । ଅଧିକ ପଢନ୍ତୁ..

od_ ban_home guard test positive
ଗଞ୍ଜାମରେ 2 ହୋମଗାର୍ଡ କୋରୋନା ପଜେଟିଭି

By

Published : May 28, 2020, 12:10 AM IST

ବ୍ରହ୍ମପୁର: ଗଞ୍ଜାମରେ ଦୁଇ ହୋମଗାର୍ଡ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହି 2 ଜଣ ପୋଲସରା ଥାନାରେ କାର୍ଯ୍ୟରତ । ଦୁହିଁଙ୍କ ଶ୍ରୀଘ୍ର ଆରୋଗ୍ୟ କାମନା ନେଇ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଟ୍ବିଟ କରିଛନ୍ତି ।

ଗଞ୍ଜାମରେ 2 ହୋମଗାର୍ଡ କୋରୋନା ପଜେଟିଭି

ଆଗଧାଡିର କୋରୋନା ଯୋଦ୍ଧା ଭାବରେ ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁର ରେଳଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଆଗମନ ସମୟ ଏମାନେ କାର୍ଯ୍ୟରତ ଥିବା ବେଳେ ତାଙ୍କ ଠାରୁ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ଚିକିତ୍ସା ପାଇଁ ପାରଳା ମହାରାଜା କୋଭିଡ ହସ୍ପିଟାଲ ଓ ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀର ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୂର୍ବରୁ ଭୁବନେଶ୍ୱରରେ ଜଣେ ପୋଲିସ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଗଞ୍ଜାମରେ ଦୁଇ ଗୃହରକ୍ଷୀ ଆକ୍ରାନ୍ତ ହୋଇଥିବା ଦେଖାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details