ବ୍ରହ୍ମପୁର:ଗଞ୍ଜାମରେ କୋରୋନା କାଳରେ ମନ୍ଦିର ପ୍ରତିଷ୍ଠାରେ ଶହ ଶହ ମହିଳା ଓ ପୁରୁଷଙ୍କୁ ଏକତ୍ରିତ କରି କଳସ ଯାତ୍ରା କରିବାର ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ । ଯାହାକି ଜିଲ୍ଲାର ଶେରଗଡ ବ୍ଳକର କୃଷ୍ଣଛାଇ ଗ୍ରାମରେ ପ୍ରଶାସନ ପକ୍ଷରୁ ଶେଷରେ ଜାରି କରାଯାଇଛି ୧୪୪ ଧାରା ।
ମହଙ୍ଗା ପଡିଲା ମନ୍ଦିର ପ୍ରତିଷ୍ଠା, କୃଷ୍ଣଛାଇ ଗ୍ରାମରେ ୧୪୪ ଧାରା ଜାରି - 144 imposeing Krishnachai village ganjam district
ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକର କୃଷ୍ଣଛାଇ ଗ୍ରାମରେ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ୧୪୪ ଧାରା । ଅଧିକ ପଢନ୍ତୁ...
![ମହଙ୍ଗା ପଡିଲା ମନ୍ଦିର ପ୍ରତିଷ୍ଠା, କୃଷ୍ଣଛାଇ ଗ୍ରାମରେ ୧୪୪ ଧାରା ଜାରି ମହଙ୍ଗା ପଡିଲା ମନ୍ଦିର ପ୍ରତିଷ୍ଠା, କୃଷ୍ଣଛାଇ ଗ୍ରାମରେ ୧୪୪ ଧାରା ଜାରି](https://etvbharatimages.akamaized.net/etvbharat/prod-images/768-512-11714845-thumbnail-3x2-p.jpg)
ମହଙ୍ଗା ପଡିଲା ମନ୍ଦିର ପ୍ରତିଷ୍ଠା, କୃଷ୍ଣଛାଇ ଗ୍ରାମରେ ୧୪୪ ଧାରା ଜାରି
ମହଙ୍ଗା ପଡିଲା ମନ୍ଦିର ପ୍ରତିଷ୍ଠା, କୃଷ୍ଣଛାଇ ଗ୍ରାମରେ ୧୪୪ ଧାରା ଜାରି
ଏପରିକି କଳସ ଯାତ୍ରାର ଭିଡିଓ ଭାଇରାଲ ପରେ ପ୍ରତିଷ୍ଠା ପାଇଁ ରହିଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରକୁ ପୋଲିସ ପ୍ରଶାସନର ଉପସ୍ଥିତିରେ ସିଲ୍ କରାଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କୁ ଏ ନେଇ ପଦକ୍ଷେପ ନିଆଯାଇଥିବା ନେଇ ସୂଚନା ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ