ଓଡିଶା

odisha

ETV Bharat / city

୧.୫ ଇଞ୍ଚର କ୍ଷୁଦ୍ର ରଥ ନିର୍ମାଣ କରି ନୂଆ ରେକର୍ଡ କଲେ ସତ୍ୟ

24 ଘଣ୍ଟା ପରିଶ୍ରମ କରି ବାହୁଡା ଯାତ୍ରା ଅବସରରେ 1.5 ଇଞ୍ଚ ଉଚ୍ଚତାର ନନ୍ଦିଘୋଷ ରଥ ନିର୍ମାଣ କଲେ ବ୍ରହ୍ମପୁରର ସତ୍ୟ ମହାରଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Jul 12, 2019, 7:19 PM IST

ବ୍ରହ୍ମପୁର: ନିଜ ରେକର୍ଡକୁ ନିଜେ ଭାଙ୍ଗିଲେ ବ୍ରହ୍ମପୁର ଶିଳ୍ପୀ ସତ୍ୟ ମହାରଣା । ଚଳିତବର୍ଷ ଘୋଷଯାତ୍ରା ଅବସରରେ ସତ୍ୟ 4 ଦିନ ପରିଶ୍ରମ କରି ୨.୫ ଇଞ୍ଚ ଉଚ୍ଚତା ଓ ୨ ଇଞ୍ଚ ଓସାର ବିଶିଷ୍ଟ ବିଶ୍ୱର ସବୁଠାରୁ କ୍ଷୁଦ୍ର ରଥ ନିର୍ମାଣ କରି ରେକର୍ଡ ସୃଷ୍ଟି କରିଥିଲେ । ତେବେ ଏହି ରେକର୍ଡକୁ ସେ ଆଜି ନିଜେ ଭାଙ୍ଗିଛନ୍ତି । ଘୋଷଯାତ୍ରାରେ ଦେଢ ଇଞ୍ଚର ରଥ ନିର୍ମାଣ କରିବା ପରେ ସତ୍ୟ ଇଟିଭି ଭାରତ ସମ୍ବାଦଦାତାଙ୍କ ସହ ଆଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବାହୁଡାଯାତ୍ରା ପାଇଁ ରଥ ନିର୍ମାଣ କରିବାକୁ ତାଙ୍କୁ 24 ଘଣ୍ଟାର ସମୟ ଲାଗିଥିଲା । 1.5 ଇଞ୍ଚ ଉଚ୍ଚତା ଓ 1 ଇଞ୍ଚ ଓସାର ବିଶିଷ୍ଟ ଜଗନ୍ନାଥଙ୍କ ନନ୍ଦିଘୋଷର ଅବିକଳ ରଥ ନିର୍ମାଣ ସେ କରିଛନ୍ତି । ତାଙ୍କ କହିବାନୁଯାୟୀ, ଘୋଷଯାତ୍ରାରେ ଅଢେଇ ଇଞ୍ଚର ରଥ ନିର୍ମାଣ କରିବା ପରେ ପ୍ରଥମ ଦିନରେ ଏହା ୱାଲ୍ଡ ରେକର୍ଡ ଅଫ ଇଣ୍ଡିଆରେ ସ୍ଥାନିତ ହୋଇଥିଲା । ମାତ୍ର ୯ ଦିନରେ ପୁଣି ସେ ରେକର୍ଡ ଭାଙ୍ଗିଛନ୍ତି । ଆଉ ଏହି ଛୋଟ ରଥରେ ମଧ୍ୟ ୪ ଏମଏମ ଉଚ୍ଚତାର ୧୬ ଚକ ରହିଥିବା ବେଳେ ଦଧିନଉତିର ଉଚ୍ଚତା ମାତ୍ର ୩ ଏମ୍‌ଏମ୍‌ ରହିଛି । ଏପରିକି ପତିତପାବନ ବାନାର ଉଚ୍ଚତା ୧ ଏମ୍‌ଏମ୍‌ ଓ ଜଗନ୍ନାଥ ମୂର୍ତ୍ତିର ଉଚ୍ଚତା ୬ ଏମ୍‌ଏମ୍‌ ରହିଛି ।

ସେହିପରି ରଥରେ ୪ ଘୋଡା, ୨ ଓଲଟ ଶୁଆ ଖଞ୍ଜାଯାଇଥିବା ବେଳେ ଏହାର ଓଜନ ରହିଛି ମାତ୍ର ତିନି ଗ୍ରାମ ଥିବା ସେ ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details