ଓଡିଶା

odisha

ETV Bharat / city

ନିର୍ମାଣ ଶ୍ରମିକଙ୍କୁ ନ୍ୟାୟ ଦାବିରେ ଜିଲ୍ଲା ଶ୍ରମ ଅଫିସ ଘେରାଉ - ମୟୁରଭଞ୍ଜ ଜିଲ୍ଲା ଶ୍ରମିକ

ମୟୂରଭଞ୍ଜ ଜିଲ୍ଲାର ଶ୍ରମିକ ମାନଙ୍କୁ ନ୍ୟାୟ ଦାବିରେ ଆଜି ମୟୂରଭଞ୍ଜ ଜିଲ୍ଲା ଶ୍ରମିକ ସଂଘ ସମନ୍ବୟ ସମିତି ପକ୍ଷରୁ ଜିଲ୍ଲା ଶ୍ରମ ଅଫିସ ଘେରାଉ କରାଯାଇଛି। ଅଧିକ ପଢନ୍ତୁ...

ନିର୍ମାଣ ଶ୍ରମିକ
ନିର୍ମାଣ ଶ୍ରମିକ

By

Published : Oct 28, 2021, 8:08 PM IST

ବାରିପଦା:ମୟୂରଭଞ୍ଜ ଜିଲ୍ଲାର ଶ୍ରମିକ ମାନଙ୍କୁ ନ୍ୟାୟ ଦାବିରେ ଆଜି ଜିଲ୍ଲା ଶ୍ରମିକ ସଂଘ ସମନ୍ବୟ ସମିତି ପକ୍ଷରୁ ଜିଲ୍ଲା ଶ୍ରମ ଅଫିସ ଘେରାଉ କରାଯାଇଛି।

ନିର୍ମାଣ ଶ୍ରମିକଙ୍କୁ ନ୍ୟାୟ ଦାବିରେ ମୟୁରଭଞ୍ଜ ଜିଲ୍ଲା ଶ୍ରମିକ ସଂଘ ସମନ୍ବୟ ସମିତି ପକ୍ଷରୁ ଜିଲ୍ଲା ଶ୍ରମ ଅଫିସ ଘେରାଉ କରାଯାଇଛି। ଆଜି(ଗୁରୁବାର) ଶତାଧିକ ଶ୍ରମିକ ଏକ ରାଲିରେ ବାରିପଦା ରେଲୱେ ଷ୍ଟେସନ ନିକଟରୁ ବାହାରି ଜିଲ୍ଲା ଶ୍ରମ ଅଫିସ ଘେରାଉ କରିଥିଲେ। ଶ୍ରମିକ ମାନଙ୍କ ଦାବି ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ଓଡିଶାର ସର୍ବବୃହତ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ସତ୍ତ୍ଵେ ଭଦ୍ରକ ଜିଲ୍ଲା ଏକ ଛୋଟିଆ ଜିଲ୍ଲାର ପ୍ରାୟ ସମାନ ପଞ୍ଜିକରଣ ହୋଇଛି । ଜିଲ୍ଲାରେ ପ୍ରାୟ ୧,୪୦,୦୦୦ (ଏକ ଲକ୍ଷ ଚାଳିଶ ହଜାର) ପଞ୍ଜିକରଣ ହୋଇଅଛି ।

ନିର୍ମାଣ ଶ୍ରମିକଙ୍କୁ ନ୍ୟାୟ ଦାବିରେ ଜିଲ୍ଲା ଶ୍ରମ ଅଫିସ ଘେରିଲେ ଶ୍ରମିକ

ସରକାରୀ ଅନୁଦାନ ଅର୍ଥ ବିପୁଳ ପରିମାଣରେ ଥିବା ସତ୍ତ୍ଵେ ହିତାଧିକାରୀମାନେ ସେମାନଙ୍କ ସହାୟତା ରାଶି ଠିକ ସମୟରେ ପାଇପାରୁ ନାହାଁନ୍ତି । ଶ୍ରମିକ ସଙ୍ଗଠନକୁ ଅଣଦେଖା କରି ଦଲାଲ ମାନଙ୍କ ଜରିଆରେ ହିତାଧିକାରୀଙ୍କୁ ବ୍ୟାପକ ଭାବେ ଶୋଷଣ କରାଯାଉଛି । ପ୍ରତି ବ୍ଲକରେ ପଞ୍ଜିକରଣ କରାନଯାଇ ଜିଲ୍ଲା କାର୍ଯ୍ୟାଳୟରେ ସପ୍ତାହକୁ ଗୋଟିଏ ଦିନ ମାତ୍ର ପଞ୍ଜିକରଣ କରାଯାଉ ଥିବାରୁ ହିତାଧୁକାରୀ ମାନଙ୍କର ବହୁ ସମୟ ନଷ୍ଟ, ଅଧିକ ଖର୍ଚ୍ଚ ଓ ହଇରାଣ ହରକତ ହେବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ।

ନୂତନ ପଞ୍ଜିକରଣ ପାଇଁ ସରକାରୀ ନିର୍ଦ୍ଦେଶ ଥିବା ସତ୍ତ୍ବେ କେବଳ ଜବକାର୍ଡ ମାଧ୍ୟମରେ ଅଧିକାଂଶ କ୍ଷେତ୍ରରେ ହିତାଧିକାରୀ ଚୟନ କରାଯାଉଛି । ପ୍ରାୟ ଅଧିକାଂଶ ଏମଜିଏନଆରଇଜିଏ କାର୍ଯ୍ୟ ମେସିନ ମାଧ୍ୟମରେ ହେଉଥିବାରୁ ଶ୍ରମିକ ମାନେ ବର୍ଷକୁ ହାରାହାରି ୨୦/୩୦ ଦିନ କାମ ପାଉନାହାଁନ୍ତି । ଏହି କାରଣରୁ ପଞ୍ଜିକରଣ କାର୍ଯ୍ୟ ମୟୁରଭଞ୍ଜ ଜିଲ୍ଲାରେ ପଛରେ ପଡିରହିଛି । ସେହିପରି କୋଭିଡ ସହାୟତା ରାଶି ୨୦୨୦ ଓ ୨୦୨୧ ର ଠିକ ଭାବେ ପଞ୍ଜିକୃତ ନିର୍ମାଣ ଶ୍ରମିକ ମାନେ ଏ ପର୍ଯ୍ୟନ୍ତ ପାଇପାରୁନଥିବା ଅଭିଯୋଗ କରିଛି ସଂଗଠନ ।

ମୟୂରଭଞ୍ଜ ବାରିପଦାରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details