ବାରିପଦା: ପାରିବାରିକ କଳହର କରୁଣ ପରିଣତି । ଗୋଟିଏ ପରିବାରର ପୋଡ଼ି ହୋଇ ତିନି ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ବୈଦପୁର ଗାଁରେ ।
ସୂଚନା ଅନୁଯାୟୀ, ରବିବାର ଗୌର ସିଂଙ୍କ ଘରେ ପାରିବାରିକ କଳହରୁ ତାଙ୍କ ସ୍ତ୍ରୀ ସରସ୍ବତୀ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ଦେଖି ଗୌର ସିଂ ଏବଂ ତାଙ୍କ ମା ତାଙ୍କୁ ଉଦ୍ଧାର କରିବା ପାଇଁ ଧାଇଁ ଯାଇଥିଲେ । ଯେଉଁଥିରେ ସ୍ବରସ୍ବତୀଙ୍କ ସମେତ ଗୌର ସିଂ ଏବଂ ତାଙ୍କ ମା ଗୁରୁତର ଆହତ ହୋଇଥିଲେ।