ଓଡିଶା

odisha

By

Published : Dec 29, 2021, 8:09 PM IST

ETV Bharat / city

Vaccination Team Detained: ଟୀକା ଦେବାକୁ ଯାଇ ହଟହଟା ହେଲେ ସ୍ୱାସ୍ଥ୍ୟକର୍ମୀ

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବଡଖମଣ ପଞ୍ଚାୟତ ତଳସରିଆ ଗ୍ରାମରେ ଟୀକା ଦେବାକୁ ଯାଇ ଗ୍ରାମବାସୀଙ୍କ ଦ୍ଵାରା ଅଟକ ହେଲେ ସ୍ବାସ୍ଥ୍ୟକର୍ମୀ। ଅଧିକ ପଢନ୍ତୁ...

ଟୀକା ଦେବାକୁ ଯାଇ ହଟହଟା ହେଲେ ସ୍ୱାସ୍ଥ୍ୟକର୍ମୀ
ଟୀକା ଦେବାକୁ ଯାଇ ହଟହଟା ହେଲେ ସ୍ୱାସ୍ଥ୍ୟକର୍ମୀ

ବାରିପଦା:ଟୀକା ଦେବାକୁ ଯାଇ ହଟହଟା ହେଲେ ଅଙ୍ଗନବାଡି କର୍ମୀ ଓ ଆଶା ଦିଦି । ଏଭଳି ଅପ୍ରୀତିକର ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବଡଖମଣ ପଞ୍ଚାୟତ ତଳସରିଆ ଗ୍ରାମରେ ।

ସୂଚନା ଅନୁଯାୟୀ ୨୮ ତାରିଖ ଅର୍ଥାତ ମଙ୍ଗଳବାର ଦିନ ଗ୍ରାମବାସୀଙ୍କୁ ଟୀକାକରଣ ନେଇ ସଚେତନ କରିବା ସହିତ ଟୀକା ଦେବା ନିମନ୍ତେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଏବଂ ଆଶା ଦିଦି ଗ୍ରାମକୁ ଯାଇଥିଲେ । ହେଲେ ଗ୍ରାମବାସୀମାନେ ଟୀକା ନେବାକୁ ନାରାଜ ହୋଇଥିଲେ । ଏପରିକି କିଛି ଗ୍ରାମବାସୀଙ୍କ ମଧ୍ୟରେ ଟୀକା ନେଲେ ଜୀବନ ଚାଲିଯିବ ବୋଲି ଭ୍ରମ ମଧ୍ୟ ରହିଥିବାରୁ ସେମାନେ ଟୀକା ନେଇ ନ ଥିଲେ । କେବଳ ସେତିକି ନୁହେଁ ଅଙ୍ଗନବାଡି କର୍ମୀ ଏବଂ ଆଶା ଦିଦିଙ୍କୁ ଗ୍ରାମବାସୀମାନେ ଅଟକ ରଖିଥିଲେ ।

ଟୀକା ଦେବାକୁ ଯାଇ ହଟହଟା ହେଲେ ସ୍ୱାସ୍ଥ୍ୟକର୍ମୀ

ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ସେମାନଙ୍କୁ ଅଟକ ରଖିଥିବା ବେଳେ ଖବର ପାଇ ଉଦଳା ବିଡିଓ, ତହସିଲଦାର ସେଠାରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ପୋଲିସ୍ ମଧ୍ୟ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ।

ଶେଷରେ ଚାରି ଘଣ୍ଟା ପରେ ଗ୍ରାମବାସୀଙ୍କ ନିକଟରୁ ଅଙ୍ଗନବାଡି କର୍ମୀ ଏବଂ ଆଶା ଦିଦି ମୁକୁଳିପାରି ଥିଲେ । ଅନ୍ୟପଟେ ଏବେ ଧାନକଟା ଚାଲିଥିବାରୁ ଗ୍ରାମବାସୀମାନେ ଟୀକା ନେବାକୁ ନାରାଜ ହୋଇଥିବା କହିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details