ବାରିପଦା: ସହର ଭିତରେ କାଙ୍ଗାରୁ କୋର୍ଟ । ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରୁଛନ୍ତି ସ୍ଥାନୀୟ ଯୁବକ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଅମାନୁଷିକ ଦୃଶ୍ୟ ହେଉଛି ବାରିପଦା ସହର ପ୍ୟାରେଡ଼ ପଡିଆ ସୂର୍ଯ୍ୟ ନିବାସ ନିକଟର ।
ଭାଇରାଲ ଭିଡ଼ିଓ ଆଧାରରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ମାଡ଼ ମାରୁଥିବା ଦୁଇ ଜଣ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ମୋବାଇଲ ଚୋରି କରିଥିବା ଅଭିଯୋଗରେ ତାଙ୍କୁ ଦଉଡିରେ ବାନ୍ଧି ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ।