ବାରିପଦା: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶିମିଳିପାଳ ଅଭୟାରଣ୍ୟ ସମ୍ଭାବ୍ୟ ବାତ୍ୟା ପାଇଁ ଦୁଇ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ସମ୍ଭାବ୍ୟ ବାତ୍ୟା ଜୱାଦକୁ ନଜରରେ ରଖି ଶିମିଳିପାଳ ଭିତରକୁ ପର୍ଯ୍ୟଟକଙ୍କୁ ଯିବା ପାଇଁ ବାରଣ ନେଇ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ପର୍ଯ୍ୟଟକ ମାନଙ୍କ ପାଇଁ ବାରିପଦା ପଟୁ ପୀଠାପଟା ରେଞ୍ଜର ଲୁଲୁଙ୍ଗ ତନଖି ଫାଟକ ଓ ଯଶିପୁର ରେଞ୍ଜ ପଟୁ କାଳିପାଣି ତନଖି ଫାଟକରେ ୪ଚକିଆ ଗାଡ଼ିରେ ପ୍ରବେଶ ଦୁଇ ଦିନ ବନ୍ଦ ରହିବ । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଶୁକ୍ରବାର ଶିମିଳିପାଳ ଜାତୀୟ ଉଦ୍ୟାନକୁ ୪ ଓ ୫ ଡିସେମ୍ବର ବନ୍ଦ ଘୋଷଣା କରାଯାଇଛି ।
Cyclone Jawad: ପର୍ଯ୍ୟଟକଙ୍କ ପାଇଁ ୨ ଦିନ ଶିମିଳିପାଳ ବନ୍ଦ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳର ପାହାଡିଆ ରାସ୍ତାରେ ବର୍ଷା ହେଲେ ଯାତାୟତ ସମ୍ଭବପର ହୋଇନଥିବାରୁ, ମାଟି ରାସ୍ତାରେ ଯାନବାହାନ ଚଳପ୍ରଚଳ ବିପଦପୂର୍ଣ୍ଣ ରହିଛି । ଫଳରେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ବନ୍ଦ ରଖାଯାଇଛି ।
ଦୁଇଦିନ ପରେ ପାଗ ସ୍ଥିତି ଦେଖି ପୂର୍ବଭଳି ପର୍ଯ୍ୟଟକଙ୍କୁ ଯିବାପାଇଁ ଅନୁମତି ଦିଆଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର କ୍ଷେତ୍ରର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦେଇଛନ୍ତି । ତେବେ କେବଳ ରାତ୍ରୀ ରହଣୀ ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକମାନେ ଭିତରକୁ ଯାଇପାରିବେ ବୋଲି ସୂଚନା ଦିଆଯାଇଛି।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ