ଓଡିଶା

odisha

ETV Bharat / city

ବୁଧବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ସୁରକ୍ଷା ବ୍ୟବସ୍ଥା କଡାକଡି - security tight for cm

ଆସନ୍ତାକାଲି(ବୁଧବାର) ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଚଳଚଞ୍ଚଳ ମୟୂରଭଞ୍ଜ ଜିଲ୍ଲା ପୋଲିସ ଓ ପ୍ରଶାସନ । ସେପଟେ ଆସନ୍ତାକାଲି ବିଭିନ୍ନ ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇ ଥିବାବେଳେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଗସ୍ତରେ ଆସୁଥିବାରୁ ସୁରକ୍ଷା କଡାକଡି କରାଯାଇଛି । ଅଧିକ ପଢନ୍ତୁ...

security tight for cm
ବୁଧବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ସୁରକ୍ଷା ବ୍ୟବସ୍ଥା କଡାକଡି

By

Published : Jan 7, 2020, 7:30 PM IST

ବାରିପଦା: ଆସନ୍ତାକାଲି(ବୁଧବାର) ମୟୂରଭଞ୍ଜ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଚଳଚଞ୍ଚଳ ମୟୂରଭଞ୍ଜ ଜିଲ୍ଲା ପୋଲିସ ଓ ପ୍ରଶାସନ । ସେପଟେ ଆସନ୍ତାକାଲି ବିଭିନ୍ନ ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଗସ୍ତରେ ଆସୁଥିବାରୁ ସୁରକ୍ଷା କଡାକଡି କରାଯାଇଛି ।

ବୁଧବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ସୁରକ୍ଷା ବ୍ୟବସ୍ଥା କଡାକଡି

ମୟୁରଭଞ୍ଜ ଜିଲ୍ଲା ବାଙ୍କିଷୋଳରେ ନୂତନ ଭାବେ ନିର୍ମାଣ ହୋଇଥିବା ଆଦାନୀ କିସ ରେସିଡେନ୍ସିଆଲ ସ୍କୁଲର ଉଦଘାଟନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏନେଇ ଆସନ୍ତାକାଲି ଦିନ 11ଟା 30ରେ ମୁଖ୍ୟମନ୍ତ୍ରୀ ଆଦାନୀ କିସ ପଡିଆରେ ହେଲିକପ୍ଟର ଯୋଗେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏହାସହ ମୁଖ୍ୟମନ୍ତ୍ରୀ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ ଆସନ୍ତାକାଲି ଟ୍ରେଡ ୟୁନିୟନଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବାବେଳେ ଏହାକୁ ମୟୂରଭଞ୍ଜ ଜିଲ୍ଲାରେ କଂଗ୍ରେସ ଓ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସମର୍ଥନ ମଧ୍ୟ ଜଣାଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ 25 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲାପାଳ ଓ ଏସପି ସଭାସ୍ଥଳକୁ ଯାଇ ତଦାରଖ କରିବା ସହ ପ୍ରସ୍ତୁତି ଉପରେ ନଜର ରଖିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଏସ ଅଦାନୀ ଏବଂ ମୟୂରଭଞ୍ଜ ସାଂସଦ ଓ ବିଧାୟକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details